ଚାଇନାରେ ବୁଷ୍ଟର ଡୋଜ ନେଇଥିବା ବ୍ୟକ୍ତି ବି ନୁହେଁ ସୁରକ୍ଷିତ, ଶୀଘ୍ର ନିଅନ୍ତୁ ଦ୍ୱିତୀୟ ବୁଷ୍ଟର ଡୋଜ

ବେଜିଂ,୨୬ ।୧୨: ଚାଇନାରେ ବେଳକୁ ବେଳ ବେକାବୁ ହେଲାଣି କରୋନା ସଂକ୍ରମଣ । ଏହି ସଂକ୍ରମଣରୁ କିପରି ମୁକ୍ତି ମିଳିବ ତାହାକୁ ନେଇ ସାଧାରଣ ଜନତାଙ୍କଠାରୁ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଚିନ୍ତା ବଢି ଗଲାଣି । ଏଥିରୁ କିପରି ମୁକ୍ତି ମିଳିବ ତାହାକୁ ନେଇ ସାଧାରଣ ଜନତା ପ୍ରଶ୍ନ କରିବା ଆରମ୍ଭ କଲେଣି । ଏମାନଙ୍କ ପ୍ରଶ୍ନ ହେଉଛି ଯେଉଁମାନେ କରୋନା ସଂକ୍ରମିତ ଏବେ ସୁସ୍ଥ ହୋଇଯାଇଛନ୍ତି ସେମାନଙ୍କ ପାଇଁ କ’ଣ ଦ୍ୱୀତିୟ ବୁଷ୍ଟର ଡୋଜର ଆବଶ୍ୟକତା ରହିଛି । ଏବେ ଏହାକୁ ନେଇ ଚାଇନାର ଷ୍ଟେଟ କାଉନସିଲର ସଂଯୁକ୍ତ ମହାମାରୀ ଟିମ କହିଛି ହଁ ଦ୍ୱିତୀୟ ବୁଷ୍ଟର ଡୋଜ ନେବା ଜରୁରୀ । ତେବେ ଯେଉଁମାନେ ୩ଟି ସର୍ଟ ନେଇ ସାରିଛନ୍ତି ଏଥର ସେ ଅନ୍ୟ ଏକ ଭ୍ୟାକ୍ସିନ ବାଛିବାକୁ କୁହାଯାଇଛି । ଏହାସହ ଚତୁର୍ଥ ଡୋଡ ଅଥବା ଦ୍ୱିତୀୟ ବୁଷ୍ଟର ଡୋଜ ନେବାକୁ ବି କୁହାଯାଇଛି । ବିଶେଷଜ୍ଞମାନେ କହିଛନ୍ତି ଶରୀରର ଇମ୍ୟୁନିଟି ବଢାଇବାକୁ ଦ୍ୱୀତିୟ ବୁଷ୍ଟର ଡୋଜ ନେବା ଜରୁରୀ । ତେବେ ଯେଉଁମାନେ ସଂକ୍ରମିତ ହୋଇଛନ୍ତି ସେମାନେ ଅତିକମରେ ୬ ମାସ ପରେ ଚତୁର୍ଥ ଅର୍ଥାତ୍ ଦ୍ୱିତୀୟ ବୁଷ୍ଟର ଡୋଜ ନେଇପାରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଆକାଶରେ ରହସ୍ୟମୟ ଆଲୋକ ସ୍ତମ୍ଭ: କିପରି ହୁଏ ସୃଷ୍ଟି…

ଓଟ୍ଟାଓ୍ବା,୨୮ା୧୧: କାନାଡାର କେନ୍ଦ୍ରୀୟ ଆଲବର୍ଟା ଜନସାଧାରଣ ନିକଟରେ ରାତି ଆକାଶରେ ଶହ ଶହ ଆଲୋକ ସ୍ତମ୍ଭ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ରହସ୍ୟମୟ ଉଜ୍ଜ୍ୱଳ ଆଲୋକ...

ଚିନ୍ମୟ ଦାସଙ୍କ ଗିରଫକୁ ନେଇ ଗର୍ଜିଲେ ଶେଖ ହସିନା

ନୂଆଦିଲ୍ଲୀ/ଢାକା,୨୮।୧୧: ବହିଷ୍କୃତ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶଦ୍ରୋହ ଅଭିଯୋଗରେ ହିନ୍ଦୁ ଭିକ୍ଷୁ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀକୁ ତୀବ୍ର ନିନ୍ଦା କରିବା ସହ ତାଙ୍କୁ...

ନିଜ ବନ୍ଧୁ ଉପରେ ଭରସା କରି ପାରୁନାହିଁ ଚାଇନା!

ବେଜିଂ,୨୮।୧୧: ପାକିସ୍ତାନ ଏବଂ ଚାଇନା ମଧ୍ୟରେ ବନ୍ଧୁତା ଭଲ ବୋଲି ବିବେଚନା କରାଯାଏ। ତେବେ ନିକଟ ଅତୀତରେ ଏଭଳି ଘଟଣା ଘଟିଛି ଯେଉଁଥିପାଇଁ ଚାଇନା ଆଉ...

ଥରିଲା ଆଫଗାନିସ୍ତାନ, ଜମ୍ମୁ-କଶ୍ମୀରରେ ଦେଖାଗଲା ଏହାର ପ୍ରଭାବ

ଶ୍ରୀନଗର/କାବୁଲ,୨୮।୧୧: ଗୁରୁବାର (୨୮ ନଭେମ୍ବର) ଅପରାହ୍ନରେ ଜମ୍ମୁ କଶ୍ମୀରର କିଛି ଅଞ୍ଚଳରେ ସାମାନ୍ୟ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି କହିଛି ଯେ...

ଇସ୍ରାଏଲ୍‌-ଲେବାନନ୍‌ ଯୁଦ୍ଧବିରତି:ଶାନ୍ତି ଫେରାଇ ଆଣିବା ପାଇଁ ଆହ୍ବାନ

ତେଲ୍‌ଆଭିଭ/ବେରୁଟ୍‌,୨୮ା୧୧ ହେଜ୍‌ବୋଲ୍ଲା ବିରୋଧରେ ଅନେକ ମାସର ଯୁଦ୍ଧ ପରେ ମଧ୍ୟପ୍ରାଚ୍ୟକୁ ଶାନ୍ତି ଫେରାଇ ଆଣିବା ପାଇଁ ସାରା ବିଶ୍ୱରୁ ଆହ୍ବାନ ଦିଆଯିବାରୁ ଲେବାନନ୍‌ରେ ଇସ୍ରାଏଲ୍‌ ପକ୍ଷରୁ...

ପ୍ରତି ୨୧ ଘଣ୍ଟାରେ ଗ୍ରହର ନୂଆ ବର୍ଷ

ବ୍ରିସ୍‌ବେନ୍‌, ୨୮।୧୧:ଜ୍ୟୋତିର୍ବିଜ୍ଞାନୀମାନେ ଆମ ସୌର ଜଗତ ବାହାରେ ଏକ ବିରଳ ଗ୍ରହର ଆବିଷ୍କାର କରିଛନ୍ତି, ଯାହାର ଗୋଟିଏ ବର୍ଷ ମାତ୍ର ୨୧ ଘଣ୍ଟାରେ ଶେଷ ହୋଇଥାଏ।...

ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତିଙ୍କ ପରଲୋକ: ଏତିକି ବର୍ଷ ବୟସରେ ନେଲେ ଶେଷ ବିଦାୟ

ଲଣ୍ଡନ,୨୭ା୧୧: ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତି ଜନ୍‌ ଆଲ୍‌ଫ୍ରେଡ୍‌ ଟିନିସ୍‌ଉଡ୍‌ଙ୍କର ୧୧୨ ବର୍ଷରେ ପରଲୋକ ହୋଇଯାଇଛି। ଇଂଲଣ୍ଡର ସାଉଥପୋର୍ଟ କେୟାର ହୋମ୍‌ରେ ସୋମବାର ତାଙ୍କର ଦେହାନ୍ତ...

ମହାକାଶରେ ୧୦୦ତମ ମହିଳା

ଓ୍ବାଶିଂଟନ୍‌, ୨୭ା୧୧:ଏମ୍‌ଆଇଟି ଇଞ୍ଜିନିୟର ଏବଂ ଟିଭି ଉପସ୍ଥାପିକାରୁ ମହାକାଶ ଯାତ୍ରା କରିବାରେ ୧୦୦ତମ ମହିଳା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ଏମିଲି କାଲାଣ୍ଡ୍ରେଲି। ଜେଫ୍‌ ବେଜୋସ୍‌ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri