Categories: ଜାତୀୟ

ଏଣିକି ୮-୧୨ ସପ୍ତାହ ମଧ୍ୟରେ ଦିଆଯିବ କୋଭିଶିଲ୍ଡର ଦ୍ୱିତୀୟ ଡୋଜ୍‌

ନୂଆଦିଲ୍ଲୀ,୨୦।୩:ଭାରତରେ ଟିକାକରଣର ନିୟମ ସ୍ଥିର କରିବା ପାଇଁ ସରକାରଙ୍କ ଦ୍ୱାରା ଗଠିତ ଟାସ୍କ ଫୋର୍ସ ଏନ୍‌ଟିଏଜିଆଇ(NTAGI) କରୋନା ଟିକା କୋଭିଶିଲ୍ଡର ଦୁଇ ଡୋଜ ମଧ୍ୟରେ ଅବଧି ହ୍ରାସ କରିବାକୁ ପ୍ରସ୍ତାବ ଦେଇଛି। ଏବେ ଟିକାକରଣ ନୀତି ଅନୁଯାୟୀ, କୋଭିଶିଲ୍ଡର ପ୍ରଥମ ମାତ୍ରା ପରେ ୧୨ରୁ ୧୬ ସପ୍ତାହ ପରେ ଦ୍ୱିତୀୟ ଡୋଜ ଦିଆଯାଏ। କିନ୍ତୁ ଏହାକୁ ୮ରୁ ୧୬ ସପ୍ତାହ ହ୍ରାସ କରିବାକୁ ଏନ୍‌ଟିଏଜିଆଇ ପ୍ରସ୍ତାବ ଦେଇଛି।
ଏହାପୂର୍ବରୁ ମେ ୧୩, ୨୦୨୧ରେ କେନ୍ଦ୍ର ସରକାର କୋଭିଶିଲ୍ଡର ପ୍ରଥମ ଏବଂ ଦ୍ୱିତୀୟ ଡୋଜ ମଧ୍ୟରେ ବ୍ୟବଧାନକୁ ୬ ରୁ ସପ୍ତାହରୁ ୧୨ ରୁ ୧୬ ସପ୍ତାହକୁ ବୃଦ୍ଧି କରିଥିଲେ। ଏ ବିଷୟରେ ମଧ୍ୟ ଏନ୍‌ଟିଏଜିଆଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେଇଥିଲା।

Share