ଯୁକ୍ତ୨ ପରୀକ୍ଷା: ଆଜି ସରିବ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ

ଭୁବନେଶ୍ୱର, ୨।୪(ଅସମାପିକା ସାହୁ):ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ଖାତା ମୂଲ୍ୟାୟନ ପ୍ରକ୍ରିୟା ମଙ୍ଗଳବାର ଶେଷ ହେବ। ଖାତା ଦେଖିବାକୁ ମୋଟ ୬,୫୦୦ ଶିକ୍ଷକ ନିୟୋଜିତ ହୋଇଛନ୍ତି। ଅନ୍‌ଲାଇନରେ ୨,୮୦୦ ଶିକ୍ଷକ ଖାତା ଦେଖୁଥିବାବେଳେ ଅଫ୍‌ଲାଇନରେ ୩,୭୦୦ଜଣ ଦେଖୁଛନ୍ତି। ସେପଟେ ଆସନ୍ତା ୪ରୁ ୧୫ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ହେବ। ଏଥିରେ ପ୍ରାୟ ୪ହଜାର ଶିକ୍ଷକ ଖାତାଦେଖା ପାଇଁ ନିୟୋଜିତ ହେବେ।
ଚଳିତବର୍ଷ ୩ଲକ୍ଷ ୮୬ହଜାର ୨୫୦ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ତେବେ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଖାତା ଅନ୍‌ଲାଇନରେ ଏବଂ କଳା ଓ ଧନ୍ଦାମୂଳକ ଶିକ୍ଷାର ମୂଲ୍ୟାୟନ ଅଫ୍‌ଲାଇନ୍‌ରେ ହେଉଛି। ନିର୍ଦ୍ଧାରିତ ସମୟ ସୁଦ୍ଧା ମୂଲ୍ୟାୟନ ପ୍ରକ୍ରିୟା ଶେଷ କରି ମେ’ ୧୫ ମଧ୍ୟରେ ଫଳ ପ୍ରକାଶ କରିବାକୁ ପରିଷଦ ଲକ୍ଷ୍ୟ ରଖିଛି। ଚଳିତବର୍ଷ ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ପୂର୍ବରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବନ୍ଧା ପକାଇଛନ୍ତି କି? ଗୋଲ୍ଡ ଲୋନ୍‌ ନିୟମରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ, ୯।୪: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗୋଲ୍ଡ ଲୋନ୍‌ ପାଇଁ ନୂଆ ନିର୍ଦ୍ଦେଶାବଳୀ ଜାରି କରିବାକୁ ନିଷ୍ପତ୍ତି ନେଇଛି। ଏହି ଘୋଷଣା ପରେ ଗୋଲ୍ଡ...

କାଲିଠାରୁ ବରଗଡ଼ ଜିଲାରେ ସକାଳୁଆ ଅଫିସ, ହେବନି ମଧ୍ୟାହ୍ନଭୋଜନ ବିରତି

ବରଗଡ଼,୯ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଆସନ୍ତା ୧୦ତାରିଖ ଅର୍ଥାତ୍‌ ଗୁରୁବାରରୁ ସମସ୍ତ ସରକାରୀ ଅଫିସରେ ସକାଳୁଆ କାର୍ଯ୍ୟ ଚାଲିବ। ସକାଳ ୭ଟାରୁ ସରକାରୀ ଅଫିସଗୁଡ଼ିକ ଖୋଲି...

୬ ଦଫା ଦାବି ନେଇ ଜେଲ୍‌ ଭରୋ ଆନ୍ଦୋଳନ

ଛତ୍ରପୁର,୯ା୪(ଦିଲ୍ଲୀପ ସାମଲ/ସନ୍ତୋଷ ପାଢ଼ୀ): ଭାରତ ମୁକ୍ତି ମୋର୍ଚ୍ଚା ଓ ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା ପକ୍ଷରୁ ୬ ଦଫା ଦାବି ନେଇ ବୁଧବାର ଗଞ୍ଜାମ ଜିଲା ଛତ୍ରପୁରଠାରେ...

ଚହଲଙ୍କୁ ମନର କଥା କହିଲେ ଆରଜେ ମହଭାଶ, ଶୁଣୁଶୁଣୁ ଫ୍ୟାନ୍ସ କହିଲେ…

ନୂଆଦିଲ୍ଲୀ,୯।୪: ଧନଶ୍ରୀ ବର୍ମାଙ୍କ ଠାରୁ ଛାଡପତ୍ର ପରେ, ୟୁଜବେନ୍ଦ୍ର ସିଂହ ଚହଲ ଆରଜେ ମହଭାଶଙ୍କୁ ଡେଟ କରୁଥିବା ଗୁଜବ ଚାଲିଛି। ଗତକାଲି, ମହଭାଶ ଚେନ୍ନାଇ ସୁପର...

ଟ୍ରମ୍ପଙ୍କ ଟାରିଫ୍‌କୁ ଡରୁଛନ୍ତି ଚନ୍ଦ୍ରବାବୁ, କେନ୍ଦ୍ର ସରକାରଙ୍କୁ ଲେଖିଲେ ଚିଠି, ଜାଣନ୍ତୁ କାରଣ…

ଅମରାବତୀ,୯ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଶୁଳ୍କ ଘୋଷଣା ମଧ୍ୟରେ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ରାଜ୍ୟର ମତ୍ସ୍ୟଜାତ ଦ୍ରବ୍ୟ ନିମନ୍ତେ ସହାୟତା...

ଚାଇନା ସହ ବ୍ୟବସାୟ ବଢାଇବାକୁ ଚାହୁଁଛନ୍ତି ୟୁନୁସ!

ଢାକା,୯।୪: ‘ଭାରତର ସମସ୍ତ ସାତଟି ଉତ୍ତର-ପୂର୍ବ ରାଜ୍ୟ ସ୍ଥଳଭାଗରେ ଘେରି ରହିଛି, ଆମେ ଏକମାତ୍ର ରାଜ୍ୟ ଯାହା ସହିତ ସମୁଦ୍ର ପଥରେ ପହଞ୍ଚିପାରିବା, ତେଣୁ ଚାଇନା...

ପ୍ରବଳ ଖରାକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଏପ୍ରିଲ ଶେଷ ସପ୍ତାହରୁ ସ୍କୁଲଛୁଟି

ନୂଆଦିଲ୍ଲୀ,୯।୪: ଏପ୍ରିଲ ଆରମ୍ଭ ହେଉ ହେଉ ତାତି ତାର କରାଳ ରୂପ ଦେଖାଇଲାଣି । ସ୍ଥିତି ଏମିତି ହେଲାଣି ଯେ, ଘରୁ ବାହାରିବା ମଧ୍ୟ ମୁସ୍କିଲ...

ମହୁଆଙ୍କ ବଡ଼ ଦାବି, କହିଲେ ଦିଲ୍ଲୀରେ ଭାଜପା ବନ୍ଦ କରୁଛି ମାଛ ଦୋକାନ

ନୂଆଦିଲ୍ଲୀ,୯।୪: ତୃଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୋଇତ୍ରା ଦାବି କରିଛନ୍ତି ଯେ ଦକ୍ଷିଣ-ପୂର୍ବ ଦିଲ୍ଲୀର ଚିତ୍ତରଞ୍ଜନ ପାର୍କ (ସିଆର ପାର୍କ)ରେ ମାଛ ଏବଂ ମାଂସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image