Categories: ଜାତୀୟ

କୁମ୍ଭମେଳା: କରୋନାରେ ନିରଓ୍ବାଣି ଆଖଡ଼ା ମହାମଣ୍ଡଳେଶ୍ୱରଙ୍କ ପରଲୋକ

ହରିଦ୍ୱାରା,୧୬।୪: ହରିଦ୍ୱାରା କୁମ୍ଭମେଳାରେ ଯୋଗଦେଇଥିବା ମଧ୍ୟପ୍ରଦେଶ ନିରଓ୍ବାଣି ଆଖଡ଼ାର ମହାମଣ୍ଡଳେଶ୍ୱର କପିଳଦେବ ଦାସଙ୍କ କରୋନାରେ ମୃତ୍ୟୁ ଘଟିଛି। ତାଙ୍କୁ ୬୫ ବର୍ଷ ହୋଇଥିଲା। ଗୁରୁବାର ତାଙ୍କୁ ହରିଦ୍ୱାରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କପିଲଙ୍କ ସହ ୧୦ ହଜାରରୁ ଊର୍ଦ୍ଧ୍ୱ ସାଧୁସନ୍ଥ ଓ ଅନୁଗାମୀ କଙ୍ଖାଲଠାରେ କ୍ୟାମ୍ପ୍‌ ପକାଇ ରହିଥିଲେ। ସମସ୍ତଙ୍କ ନମୁନା ପରୀକ୍ଷା ପାଇଁ ନିଆଯାଇଛି। ଶୁକ୍ରବାର କୁମ୍ଭମେଳା ସ୍ଥଳରୁ ଆଉ ୮୦ ଜଣଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। କୋଭିଡ୍‌ ଗାଇଡ୍‌ଲାଇନ ନ ମାନି ଲକ୍ଷ ଲକ୍ଷ ଲୋକ କୁମ୍ଭମେଳାରେ ଯୋଗଦେଇଥିବାରୁ ଏହା ସଂକ୍ରମଣର ହଟ୍‌ସ୍ପଟ ପାଲଟିଛି। ସେଠାରୁ ୬ ଦିନ ମଧ୍ୟରେ ପ୍ରାୟ ୨୦୦୦ ସଂକ୍ରମିତ ଚିହ୍ନଟ ହେଲେଣି।

Share