ଭୁବନେଶ୍ୱର,୫।୧୦(ଅନୁରାଧା ମହାରଣା)ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଶ୍ୱବିଦ୍ୟାଳୟଗୁଡ଼ିକରେ ୨ବର୍ଷିଆ ବିଏଡ୍, ଏମ୍ଏଡ୍ ଏବଂ ବିଏଚ୍ଏଡ୍ ପାଠ୍ୟକ୍ରମ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବ। ଆସନ୍ତା ୬ ତାରିଖ ଅପରାହ୍ନ ୫ଟାରେ ଓ୍ବେଟିଙ୍ଗ ଲିଷ୍ଟ ପ୍ରକାଶ ପାଇବ। ୭ରୁ ୯ ତାରିଖ ମଧ୍ୟରେ ଆବେଦନକାରୀ କମନ୍ ଆପ୍ଲିକେଶନ ଫର୍ମ ସହ ଅନ୍ୟାନ୍ୟ ଡକ୍ୟୁମେଣ୍ଟ ଦାଖଲ କରିବେ। ୧୨ ତାରିଖରେ ମେରିଟ୍ ଲିଷ୍ଟ ପ୍ରକାଶ ପାଇବା ସହ ମନୋନୀତ ଛାତ୍ରୀଛାତ୍ରଙ୍କୁ ଏସ୍ଏମ୍ଏସ୍ ବା ହ୍ବାଟସଆପ୍ ମାଧ୍ୟମରେ ସୂଚିତ କରାଯିବ। ୧୩ରୁ ୧୬ ତାରିଖ ମଧ୍ୟରେ ନାମଲେଖା ଦେୟ ଦେଇ ମନୋନୀତ ଆବେଦନକାରୀ ନାମ ଲେଖାଇପାରିବେ। ୧୭ ତାରିଖରେ ଶିକ୍ଷାନୁଷ୍ଠାନଗୁଡ଼ିକ ଇ- ସ୍ପେସ୍ରେ ନାମଲେଖା ସମ୍ପର୍କିତ ତଥ୍ୟ ଦାଖଲ କରିବେ।
ସୂଚନାଥାଉକି, ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ କେତେକ ଶିକ୍ଷାନୁଷ୍ଠାନରେ ସିଟ୍ ଖାଲି ପଡ଼ିଥିବାରୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ନିଷ୍ପତ୍ତି ନିଆଯାଇଛି।