ଭୁବନେଶ୍ୱର,୨୬ା୬(ଅନୁରାଧା ମହାରଣା): ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଜୁନିୟର କଲେଜଗୁଡ଼ିକରେ +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ପ୍ରଥମ ବର୍ଷ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ସୋମବାର ଶେଷ ହେଉଛି। ସାମସ୍ ପୋର୍ଟାଲରୁ ମିଳିଥିବା ସୂଚନା ଅନୁସାରେ, ରାତି ୯ଟା ସୁଦ୍ଧା ୪,୯୪,୩୪୫ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବାବେଳେ ୪,୬୦,୩୪୧ଜଣ ଆବେଦନ କରିଛନ୍ତି। ସେହିପରି ୪,୫୫,୫୯୭ଜଣ ଅନ୍ଲାଇନରେ ଦେୟ ପୈଠ କରିଛନ୍ତି। ତେବେ ପୂର୍ବରୁ ଜୁନ୍ ୨୦ ତାରିଖ ଆବେଦନର ଶେଷ ତାରିଖ ଧାର୍ଯ୍ୟ କରାଯାଇଥିବାବେଳେ ପରବର୍ତ୍ତୀ ସମୟରେ ଏହି ଅବଧିକୁ ୨୬ ତାରିଖ ଯାଏ ବୃଦ୍ଧି କରାଯାଇଥିଲା।