Advertisement

ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି୨୦ରେ ବାଧକ ସାଜିଲା ବର୍ଷା: ୧୯.୩ ଓଭରରେ ଭାରତ ୧୮୦/୭

ଜିକ୍ୱେବେରା,୧୨ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ ବର୍ଷା କାରଣରୁ ଧୋଇ ଯାଇଥିଲା। ମଙ୍ଗଳବାର ଦ୍ୱିତୀୟ ମ୍ୟାଚ୍‌ ଖେଳାଯାଉଥିବା ବେଳେ ଭାରତୀୟ ଇନିଂସର ୩ଟି ବଲ୍‌ ଥାଇ ବର୍ଷା ହେବାରୁ ମ୍ୟାଚ୍‌ ସ୍ଥଗିତ ରହିଛି। ଖବର ଲେଖାଯିବା ସୁଦ୍ଧା ଭାରତ ୧୯.୩ ଓଭରରେ ୭ ଉଇକେଟ ହରାଇ ୧୮୦ ରନ୍‌ ସଂଗ୍ରହ କରିଛି।
ପ୍ରକାଶ ଯେ, ଦ୍ୱିତୀୟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ଏହି ମ୍ୟାଚ ପାଇଁ ଋତୁରାଜ ଗାଏକ୍ୱାଡଙ୍କ ସ୍ଥାନରେ ଶୁବମନ ଗିଲ୍‌ ଓ ଇଶାନ କିଶନଙ୍କ ସ୍ଥାନରେ ଜୀତେଶ ଶର୍ମାଙ୍କୁ ସାମିଲ କରାଯାଇଛି। ମ୍ୟାଚ୍‌ରେ  ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଳାଇଥିବା ଭାରତୀୟ ଟିମ୍‌ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କ୍ରମାଗତ ଭାବେ ଉଇକେଟ ପତନ ହେବା ପରେ ସୂର୍ଯ୍ୟକୁମାର ଏବଂ ରିଙ୍କୁ ଦଳକୁ ସମ୍ଭାଳି ନେଇଛନ୍ତି।  ମ୍ୟାଚ୍‌ରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ରିଙ୍କୁ ସିଂ ଅର୍ଦ୍ଧଶତକ କରିବାରେ ସଫଳ ହୋଇଥିଲେ। ତେବେ ଅର୍ଦ୍ଧଶତକୀୟ ଇନିଂସ ପରେ ସୂର୍ଯ୍ୟକୁମାର ଆଉଟ୍‌ ହୋଇଯିବା ପରେ ଏବେ ରିଙ୍କୁ ଏବଂ ରବିନ୍ଦ୍ର ଜାଡେଜା କ୍ରିଜ୍‌ରେ ଅଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share