ଗୋଟିଏ ନିଯୁକ୍ତି ୩.୨ କୋଟି

୨୦୧୪ରୁ ୨୦୨୪ ପର୍ଯ୍ୟନ୍ତ କେନ୍ଦ୍ରରେ ଭାଜପା ସରକାର ଗଢ଼ିଆସିଥିଲା। ନାମକୁମାତ୍ର ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାର କୁହାଯାଉଥିଲେ ମଧ୍ୟ ସହଯୋଗୀ ଦଳଗୁଡ଼ିକର କୌଣସି ଗୁରୁତ୍ୱ ରହୁ ନ ଥିଲା। ୨୦୨୪ ନିର୍ବାଚନରେ ଭାଜପାର ‘୪୦୦ ପାର୍‌’ ଧ୍ୱନି ବିଫଳ ହେବା ଯୋଗୁ ଏବକାର ସ୍ଥିତି ବଦଳିଛି। ସହଯୋଗୀ ଦଳଗୁଡ଼ିକ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ମନ୍ତ୍ରୀ ହେବାର ସୁଯୋଗ ପାଇଛନ୍ତି। ତାହାର ଏକମାତ୍ର କାରଣ ହେଲା ଭାଜପା ୨୭୨ ଆସନ ଜିଣିପାରିନାହିଁ। ତେଣୁ ଏହାକୁ ମୋଦି ୩.୦ ସରକାର ପରିବର୍ତ୍ତେ ଏନ୍‌ଡିଏ ସରକାର କହିଲେ ବୋଧହୁଏ ସତ୍ୟର ଅଧିକ ନିକଟତର ହୋଇପାରିବ। ଏହାର ପ୍ରମାଣ ଆରମ୍ଭରୁ ମିଳିଲାଣି। ଉଦାହରଣ ସ୍ବରୂପ, ଭାଜପାର ବୈଚାରିକ ଉପଦେଷ୍ଟା ଭାବେ ଜଣାଶୁଣା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ତୁଙ୍ଗ ନେତାମାନେ ସରକାର ବିରୋଧରେ କଠୋର ମନ୍ତବ୍ୟ ଦେବା ଆରମ୍ଭ କଲେଣି। ତାହାସହିତ ମନ୍ତ୍ରିମଣ୍ଡଳ ଭିତରୁ ମଧ୍ୟ ଏପାଖସେପାଖ ମନ୍ତବ୍ୟ ଶୁଣିବାକୁ ମିଳିଲାଣି। ଯଥା ବର୍ତ୍ତମାନ କେନ୍ଦ୍ର ଇସ୍ପାତ ଓ ଭାରି ଶିଳ୍ପ ମନ୍ତ୍ରୀ ତଥା ଧର୍ମନିରପେକ୍ଷ ଜନତା ଦଳ(ଜେଡିଏସ୍‌) ନେତା ଏଚ୍‌. ଡି. କୁମାରସ୍ବାମୀ ସରକାରଙ୍କ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି। ଆମେରିକୀୟ ସେମିକଣ୍ଡକ୍ଟର କମ୍ପାନୀ ‘ମାଇକ୍ରନ୍‌ ଟେକ୍ନୋଲୋଜି’ ଗୁଜରାଟରେ ୨.୫ ବିଲିୟନ ଡଲାର ପୁଞ୍ଜିନିବେଶରେ ଏକ କାରଖାନା ସ୍ଥାପନ କରିବାକୁ ଯାଉଛି। ଚୁକ୍ତି ଅନୁଯାୟୀ ଉକ୍ତ କାରଖାନାରେ ପ୍ରତ୍ୟେକଟି ନିଯୁକ୍ତି ସୃଷ୍ଟି ପାଇଁ କମ୍ପାନୀ ସରକାରଙ୍କଠାରୁ ୩.୨ କୋଟି ଟଙ୍କା ସବ୍‌ସିଡି ନେବାକୁ ଥିବାରୁ ତାହା ଉପରେ କୁମାରସ୍ବାମୀ ଚିନ୍ତା ପ୍ରକଟ କରିଛନ୍ତି। ତାଙ୍କ ହିସାବ ଅନୁଯାୟୀ ଯଦି କମ୍ପାନୀ ୫,୦୦୦ ନିଯୁକ୍ତି ସୃଷ୍ଟି କରିବ, ତାହା ହେଲେ ଏଥିପାଇଁ ଭାରତକୁ ୨ ବିଲିୟନ ଡଲାର ଦେବାକୁ ପଡ଼ିବ, ଯାହାକି କମ୍ପାନୀ ନିବେଶର ୭୦ ପ୍ରତିଶତ। କୁମାରସ୍ବାମୀଙ୍କ ଏହି କଥାରୁ ବୁଝାପଡୁଛି ଯେ ‘ମାଛ ତେଲରେ ମାଛ ଭାଜିବା’ର ପ୍ରକ୍ରିୟା ଚାଲିଆସିଥିଲା। ଗୋଟିଏ କମ୍ପାନୀକୁ ଅତ୍ୟଧିକ ପରିମାଣର ପାଣ୍ଠି ଯୋଗାଇ ନିଯୁକ୍ତି ସୃଷ୍ଟି କରିବା ଯଥାର୍ଥ ନୁହେଁ ବୋଲି ସେ କହିବା ସହ ବେଙ୍ଗାଲୁରୁର ଛୋଟ ଶିଳ୍ପସଂସ୍ଥାଗୁଡ଼ିକରେ ଅନେକ ଲକ୍ଷ ନିଯୁକ୍ତି ସୃଷ୍ଟି କରାଯାଇଥିବା ବେଳେ ସେମାନଙ୍କୁ କେତେ ସୁବିଧା ଦିଆଯାଇଛି ବୋଲି କୁମାରସ୍ବାମୀ ମଧ୍ୟ ପ୍ରଶ୍ନ କରିଥିଲେ। ତାଙ୍କ ଏଭଳି ମନ୍ତବ୍ୟ ଦେଶରେ ଝଡ଼ ସୃଷ୍ଟି କରିବା ପରେ ସେ ବର୍ତ୍ତମାନ ସଫେଇ ଦେବାକୁ ଯାଇ କହିଛନ୍ତି ଯେ, ନିଯୁକ୍ତି ସୃଷ୍ଟି ସମ୍ବନ୍ଧୀୟ ଦିଆଯାଇଥିବା ମତକୁ ଭିନ୍ନ ଭାବେ ଉପସ୍ଥାପିତ କରାଯାଇଛି।
ସରକାରଙ୍କ ନୀତି ନେଇ କୁମାରସ୍ବାମୀ ଏତେଗୁଡ଼ିଏ କଥା କହିବା ପରେ ଏବେ ସେଥିରୁ ଓହରିଯିବା ସମ୍ଭବତଃ ଦର୍ଶାଉଛି ଯେ, ତାଙ୍କ ଉପରେ ଚାପ ପଡ଼ିଛି। ଏଭଳି ସ୍ଥଳେ ସାଧାରଣରେ ଚିନ୍ତା କରାଗଲେ କୁମାରସ୍ବାମୀ ପ୍ରଥମେ କରିଥିବା ଯୁକ୍ତିର ଅନେକ ଓଜନ ଅଛି। ସମସ୍ତେ ଜାଣନ୍ତି ଭାରତ ଘୋର ବେକାରି ସମସ୍ୟା ଦେଇ ଗତି କରୁଛି। ଏଠାରେ ବୈଦେଶିକ ପୁଞ୍ଜିନିବେଶର ଯଥେଷ୍ଟ ଆବଶ୍ୟକତା ରହିଛି, ଯେହେତୁ ଯୁବପିଢ଼ିଙ୍କ ମଧ୍ୟରୁ ଅନେକଙ୍କ ହାତରେ କାମ ନାହିଁ। କିନ୍ତୁ ଚାକିରି ସୃଷ୍ଟି କରିବା ନାମରେ କରଦାତାଙ୍କ ଅର୍ଥକୁ ତ୍ରୁଟିପୂର୍ଣ୍ଣ ଭାବେ ବିଦେଶୀ କମ୍ପାନୀଙ୍କୁ ଧରାଇଦେବା ସବୁଠୁ ବଡ଼ ଅପରାଧ। ଏଠି ଗୋଟିଏ ଘଟଣା କୁମାରସ୍ବାମୀ ପଦାକୁ ଆଣିଲେ। ତାଙ୍କ ଉପରେ ତୁରନ୍ତ ଚାପ ପଡ଼ିଲା। ଚାପ ପଡ଼ିବା ମାତ୍ରକେ କୁମାରସ୍ବାମୀ ସ୍ପଷ୍ଟୀକରଣ ଦେବା ପାଇଁ ବାଧ୍ୟ ହୋଇଥିବା ଭଳି ମନେହେଉଛି। ଅର୍ଥାତ୍‌ ଏଥିରୁ ଏତିକି ବୁଝିହେବ ଯେ ବିଗତ ଦଶନ୍ଧିରେ ଆହୁରି ଅନେକ ଏହିଭଳି ନିଷ୍ପତ୍ତି ଏବଂ କାର୍ଯ୍ୟ ନିଶ୍ଚିତ ଭାବେ କରାଯାଇଛି। ଏହି ଗୋଟିଏ ଘଟଣା ସଚ୍ଚୋଟ ସରକାରର ଧ୍ୱନିକୁ ପଙ୍କ୍‌ଚର କରିଦେଇଛି।
ଗତ ୧୦ ବର୍ଷର କେନ୍ଦ୍ର ସରକାରଙ୍କ ଶାସନ ଦେଖିଲେ ଜନସାଧାରଣ ବିଭିନ୍ନ କ୍ଷେତ୍ରରେ କ୍ଷତି ସହିଆସିଛନ୍ତି। ସଂଖ୍ୟାଗରିଷ୍ଠତା ହାସଲ କରିଥିବାରୁ ହାତଗଣତି ଶୀର୍ଷ ନେତା ବିନା କାହାରି ପରାମର୍ଶ, ଏପରିକି ମନ୍ତ୍ରିମଣ୍ଡଳର ସମ୍ପୃକ୍ତ ମନ୍ତ୍ରୀଙ୍କ ସହ ବିଚାରବିମର୍ଶ ନ କରି ଅନେକ ନିଷ୍ପତ୍ତି ନେଇଥିଲେ। ଏବେ ସରକାର ଗଢ଼ାଯିବା ପରେ କେତେକ ଘଟଣାକୁ ସେହିଭଳି ମୋଡ଼ ଦେବାକୁ ପ୍ରୟାସ ଆରମ୍ଭ ହୋଇଛି। ସେଥିମଧ୍ୟରୁ ଲେଖିକା ଅରୁନ୍ଧତୀ ରାୟଙ୍କ ବିରୋଧରେ ୨୦୧୦ର ଏକ ମାମଲାରେ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ଲାଗୁ କରିବା ସକାଶେ ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସାକ୍ସେନା ମଞ୍ଜୁରୀ ପ୍ରଦାନ କରିଥିବାରୁ ତାହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇବା ସ୍ବାଭାବିକ। ୧୪ ବର୍ଷ ପରେ ଉକ୍ତ ମାମଲାର ବିଚାର ପାଇଁ ଅନୁମତି ଦିଆଯିବା ବିଷୟକୁ ତର୍ଜମା କରାଯିବା ଆବଶ୍ୟକ।
ଏଭଳି ପ୍ରଚ୍ଛଦପଟରେ ମେଣ୍ଟ ସରକାରର ଭାଗୁଆଳି ଦଳଗୁଡ଼ିକ ଏକ ସନ୍ତୁଳିତ ଶାସନ ପାଇଁ ଉଦ୍ୟମ କରିବା ଦରକାର। ତାଙ୍କ ନିଜ ରାଜ୍ୟରେ କିମ୍ବା ଆସନରେ ତିଷ୍ଠି ରହିବାକୁ ହେଲେ ସେମାନଙ୍କୁ ସ୍ବର ଉଠାଇବାକୁ ପଡ଼ିବ। ନୀରବ ରହିଗଲେ ବିଜୁ ଜନତା ଦଳର ପରିଣତି ଭୋଗିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

ସଂସ୍କୃତି ବିନିମୟର ସମୃଦ୍ଧ ଇତିହାସ

ସ୍ଥଳ ଓ ଜଳପଥ ଦେଇ ସମଗ୍ର ଉପମହାଦେଶରେ ଭାରତ ଏହାର ସାଂସ୍କୃତିକ ସମ୍ପର୍କ ସ୍ଥାପନ କରିଥିଲା। ସ୍ଥଳଭାଗରେ ଏହା ସମଗ୍ର ହିନ୍ଦୁକୁଶ, ପାରସ୍ୟ (ଆଧୁନିକ ଇରାନ)...

ଏକ ଅନନ୍ୟ ଦୁନିଆ

ପିଲାମାନେ ଆନିମେଶନ ଚଳଚ୍ଚିତ୍ର କିମ୍ବା କାର୍ଟୁନ କାର୍ଯ୍ୟକ୍ରମ ଯଥା ଟମ୍‌ ଏବଂ ଜେରୀ, ମିକି ମାଉସ୍‌, ଚିକୋ ବଣ୍ଟି , ନିଞ୍ଜା ହତୋଡ଼ି, ଅଗି ଆଣ୍ଡ...

ନିଶା ନିଶାଣରେ ନାବାଳକ

ଶାସକ୍ତ ବ୍ୟକ୍ତିମାନେ ସେମାନଙ୍କ କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ ହରାଇଥାନ୍ତି। ବନ୍ଧୁତ୍ୱକୁ କ୍ଷତି ପହଞ୍ଚାଇବା, ପରିବାରକୁ ଆଘାତ ଦେବା କିମ୍ବା ଚାକିରି ହରାଇବା ଇତ୍ୟାଦି ବିପଦରେ ମଧ୍ୟ...

ଅର୍ଥନୀତିରେ ହାତୀ

ଓଡ଼ିଶାରେ ହାତୀ ସଂଖ୍ୟା ବୃଦ୍ଧି ଉପରେ ଅଲ୍‌ ଓଡ଼ିଶା ଏଲିଫ୍ୟାଣ୍ଟ ସେନ୍‌ସସ୍‌ର ୨୦୨୪ ରିପୋର୍ଟକୁ ନେଇ ସମସ୍ତେ ଖୁସି ହେଉଥିବାବେଳେ ନିୟମିତ ବ୍ୟବଧାନରେ ଘଟୁଥିବା ହାତୀ...

ଏଇ ଭାରତରେ

ପଞ୍ଜାବର ସୁଖପାଲ ସିଂ ସିଦ୍ଧୁ ଜଣେ ପ୍ରଥମିକ ବିଦ୍ୟାଳୟର ଶିକ୍ଷକ। ସେ ଶିକ୍ଷାର ମହତ୍ତ୍ୱ ବୁଝି ତାହାକୁ ସାମାଜିକ ସ୍ତରରେ ପ୍ରତିଫଳିତ କରିଛନ୍ତି । ଶିକ୍ଷା...

ଆଳୁ ଖୋଳୁ ଖୋଳୁ ମହାଦେବ

ଥରେ ଜଣେ ଚାଷୀ ନିଜ ବିଲରେ ଆଳୁ ଖୋଳୁ ଖୋଳୁ ତାଙ୍କ କୋଦାଳରେ ପଥର ଭଳି କ’ଣ ବାଜିଲା। ଯେଉଁ ବିଲକୁ ସିଏ ପୁରୁଷାନୁକ୍ରମେ ଚାଷ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri