Posted inଖେଳ

୩.୨ ଓଭର-୦ ରନ୍‌-୭ ଉଇକେଟ୍‌: ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌

ବାଲି,୨୬।୪: ଇଣ୍ଡୋନେସିଆର ବାଲିରେ ଖେଳାଯାଇଥିବା ଅନ୍ତର୍ଜାତୀୟ ମହିଳା ଟି-୨୦ ମ୍ୟାଚରେ ବିଶ୍ୱ ରେକର୍ଡ ହାସଲ କରିଛନ୍ତି ଇଣ୍ଡୋନେସିଆର ବୋଲର ରୋହମାଲିଆ। ଏହି ୧୭ ବର୍ଷୀୟା ଅଫ ସ୍ପିନର୍‌ ତାଙ୍କ ସ୍ପିନ୍‌ ଯାଦୁ ଜରିଆରେ ମଙ୍ଗୋଲିଆ ଦଳକୁ ଦୂଳି ଚଟାଇଥିଲେ। ରୋହମାଲିଆ ତାଙ୍କ ଡେବ୍ୟୁ ମ୍ୟାଚରେ ଚମତ୍କାର କରି ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ।
ଇଣ୍ଡୋନେସିଆ ଏବଂ ମଙ୍ଗୋଲିଆର ମହିଳା ଦଳ ମଧ୍ୟରେ ଖେଳାଯାଇଥିବା ଟି-୨୦ ସିରିଜର ୫ମ ମ୍ୟାଚରେ ୧୭ ବର୍ଷୀୟା ରୋହମାଲିଆ ତାଙ୍କ ବୋଲିଂରେ ଇତିହା ରଚିଛନ୍ତି। ଏହି ମ୍ୟାଚରେ ଇଣ୍ଡୋନେସିଆ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ଉଇକେଟ ହରାଇ ୧୫୧ ରନ ସ୍କୋର କରିଥିଲା। ଏହା ରୋହମାଲିଆଙ୍କର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଥିଲା, ଯେଉଁଥିରେ ସେ ବ୍ୟାଟ ସହିତ ୧୩ ରନ ଯୋଗଦାନ କରିଥିେ। କିନ୍ତୁ ରୋହମାଲିଆଙ୍କ ପ୍ରକୃତ ଅବଦାନ ବଲ ସହିତ ଥିଲା। ରୋହମାଲିଆ ମାତ୍ର ୩.୨ ଓଭର ବୋଲିଂ କରିଥିଲେ, ଯେଉଁଥିରେ ସେ ୩ ମେଡେନ୍‌ ଓଭର ବୋଲିଂ କରିଥିଲେ ଏବଂ କୌଣସି ରନ ନ ଦେଇ ୭ ଉଇକେଟ ନେଇଥିଲେ। ମହିଳା ଅନ୍ତର୍ଜାତୀୟ ଟି-୨୦ରେ ଡେବ୍ୟୁ କରିବାରେ ଯେକୌଣସି ବୋଲରଙ୍କ ଏହା ହେଉଛି ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଏହା ଏକ ନୂତନ ବିଶ୍ୱ ରେକର୍ଡ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଂଲଣ୍ଡ ସିରିଜ ପୂର୍ବରୁ ଭାରତକୁ ବଡ଼ ଝଟକା: ଜାଣନ୍ତୁ କେବେ ଫେରିବେ ବୁମ୍‌ରା

ମୁମ୍ବାଇ,୬ା୧: ଆଗାମୀ ଇଂଲଣ୍ଡ ସିରିଜ ଭାରତକୁ ଲାଗିଛି ବଡ ଝଟକା। ଅଷ୍ଟ୍ରେଲିଆ ଗସ୍ତର ଶେଷ ମୁକାବିଲାରେ ଜଶପ୍ରୀତ ବୁମ୍‌ରା ଆହତ ହୋଇଥିବା ବେଳେ ଏବେ ଆଗାମୀ...

ରୋହିତଙ୍କ ଉତ୍ତରାଧିକାରୀ ହେବେ କିଏ? ରେସ୍‌ରେ ଏହି ୩ ନାଁ

ନୂଆଦିଲ୍ଲୀ,୬।୧: ଅଷ୍ଟ୍ରେଲିଆଠାରୁ ଟେଷ୍ଟ ସିରିଜ ହାରିବା ପରେ ଭାରତୀୟ କ୍ରିକେଟ ଦଳ ଏକ ନୂଆ ସଙ୍କଟରେ ପଡ଼ିଥିବା ଜଣାପଡିଛି। ଟିମ ଇଣ୍ଡିଆ ନୂଆ ଅଧିନାୟକ ଆବଶ୍ୟକ...

ଏହି ମିଷ୍ଟ୍ରିଗର୍ଲଙ୍କ ପାଇଁ ଚହଲ-ଧନଶ୍ରୀ ମଧ୍ୟରେ ହେବାକୁ ଯାଉଛି ଛାଡପତ୍ର!

ମୁମ୍ବାଇ,୬।୧:ଦୀର୍ଘ ଦିନ ଧରି ଟିମ ଇଣ୍ଡିଆରୁ ବାଦ୍‌ ପଡ଼ିଥିବା ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ବ୍ୟକ୍ତିଗତ ଜୀବନରେ ସବୁକିଛି ଠିକ ଚାଲିନାହିଁ। ତାଙ୍କ ସ୍ତ୍ରୀ ଧନଶ୍ରୀ ଧର୍ମେନ୍ଦ୍ରଙ୍କ...

ଆୟର୍ଲାଣ୍ଡ ବିପକ୍ଷ ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଳୀ,୬।୧: ଜାନୁଆରୀ ୧୦ରୁ ଭାରତୀୟ ମହିଳା ଦଳ ଆୟର୍ଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ ଖେଳିବ। ଭାରତରେ କ୍ରିକେଟ ବୋର୍ଡ ଅଫ କ୍ରିକେଟ ଏହି ସିରିଜ ପାଇଁ...

ଅନ୍ତର୍ଜାତୀୟ ଟେନିସ୍‌ ବଲ୍‌ କ୍ରିକେଟ୍‌ ଚାମ୍ପିଅନଶିପ୍‌: ପ୍ରତିନିଧିତ୍ୱ କରି ଫେରିଲେ କନ୍ଧମାଳର ପ୍ରୀତମ ପ୍ରଧାନ

ରାଇକିଆ,୬ା୧(ପ୍ରଦୀପ ବେହେରା): ନେପାଳରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଟେନିସ୍‌ ବଲ୍‌ କ୍ରିକେଟ୍‌ ଚାମ୍ପିଅନଶିପ୍‌ରେ ଭାରତ ତରଫରୁ ପ୍ରତିନିଧିତ୍ୱ କରି ଫେରିଛନ୍ତି କନ୍ଧମାଳ ଜିଲା ରାଇକିଆର ପ୍ରୀତମ ପ୍ରଧାନ।...

ବିଶ୍ୱରେକର୍ଡ କଲେ ଅଷ୍ଟ୍ରେଲିଆ ଅଧିନାୟକ: ବିଶ୍ୱର ପ୍ରଥମ କ୍ରିକେଟର୍‌ ଭାବେ କଲେ ଏମିତି କାରନାମା

ସିଡନୀ,୬।୧: ପ୍ୟାଟ କମିନ୍ସଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆ ୨୦୨୪-୨୫ରେ ବର୍ଡର-ଗାଭାସ୍କର ଟ୍ରଫି ଜିତିଥିଲା। ଏହି ବିଜୟ ସହିତ, ପ୍ୟାଟ କମିନ୍ସ ଇତିହାସ ସୃଷ୍ଟି କରିଛନ୍ତି ଏବଂ ତାଙ୍କ...

କ୍ରିକେଟ୍‌ରେ ଇତିହାସ ରଚିଲେ ପାକିସ୍ତାନ ଯୋଡ଼ି: ଭାଙ୍ଗିଲା ୨୨ ବର୍ଷର ରେକର୍ଡ

କେପଟାଉନ,୬।୧: ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଶେଷ ଟେଷ୍ଟ ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ କେପଟାଉନରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ...

ବର୍ଡର-ଗାଭାସ୍କର ଟ୍ରଫି ଶେଷ ହେବାମାତ୍ରେ ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟ୍‌ଙ୍କୁ ଅଲବିଦା କହିଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୬।୧୨: ସିଡନୀରେ ଖେଳାଯାଇଥିବା ୨୦୨୫ର ପ୍ରଥମ ଟେଷ୍ଟରେ ପରାଜୟ ସହିତ ଭାରତୀୟ ଦଳ ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ ହରାଇଲା। ବର୍ତ୍ତମାନ ଏହି ସିରିଜରେ ପରାଜୟ ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri