ନୂଆଦିଲ୍ଲୀ: ଆସେସ୍ମେଣ୍ଟ ବର୍ଷ ୨୦୨୦-୨୧ ଲାଗି ପ୍ରାୟ ୩.୯୭ କୋଟି ଟିକସଦାତା ସେମାନଙ୍କ ଆୟକର ରିଟର୍ନ ଫାଇଲ କରିଛନ୍ତି। ଡିସେମ୍ବର ୨୪ ସୁଦ୍ଧା ଏହି ରିଟର୍ନ ଫାଇଲ କରାଯାଇଥିବା ଆୟକର ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ମୋଟ ଆଇଟିଆର୍ ମଧ୍ୟରୁ ୨.୨୭ କୋଟି ଆଇଟିଆର୍-୧, ୮୫.୨୦ ଲକ୍ଷ ଆଇଟିଆର୍ -୪, ୪୬.୭୮ ଲକ୍ଷ ଆଇଟିଆର୍-୩ ଏବଂ ୨୮.୭୪ ଲକ୍ଷ ଆଇଟିଆର୍-୨ ଫାଇଲ ହୋଇଥିବା ଜଣାପଡିଛି। ୨୦୧୯-୨୦ ଆର୍ଥତ୍କ ବର୍ଷ ଲାଗି ବ୍ୟକ୍ତିଗତ ଆୟକର ରିଟର୍ନ ଫାଇଲ କରିବାର ସୀମା ଚଳିତ ମାସ ୩୧ ରହିଛି।