Categories: ଜାତୀୟ

ନଭେମ୍ବର ପ୍ରଥମ ସପ୍ତାହରେ ଭାରତୀୟ ବାୟୁସେନାରେ ସାମିଲ ହେବ ୩-୪ ରାଫାଲ ଯୁଦ୍ଧ ବିମାନ

ନୂଆଦିଲ୍ଲୀ,୧୬ ।୧୦: ଭାରତ-ଚାଇନା ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ମଧ୍ୟରେ ଭାରତୀୟ ବାୟସେନା ତା’ର ଶକ୍ତି ବୃଦ୍ଧି କରିବାରେ ଲାଗିଛି । ନଭେମ୍ବର ପ୍ରଥମ ସପ୍ତାହରେ ଭାରତୀୟ ବାୟୁସେନାରେ ୩-୪ ରାଫାଲ ଯୁଦ୍ଧ ବିମାନ ସାମିଲ ହେବାର ଯୋଜନା ରହିଛି । ଫ୍ରାନ୍ସରୁ ଆସିଥିବା ଏହି ଯୁଦ୍ଧ ବିମାନ ଦ୍ୱିତୀୟ ପର୍ଯ୍ୟାୟରେ ଆସୁଥିବା ୩-୪ଟି ରାଫାଲ ବିମାନ ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ହରିୟାଣାର ଅମ୍ବାଲା ଏୟାରବେସରେ ପହଞ୍ଚିବ ବୋଲି ସୂଚନା ରହିଛି । ପ୍ରଥମ କରି ଏହି ଶକ୍ତିଶାଳୀ ଯୁଦ୍ଧ ବିମାନ ଜୁଲାଇ ୨୮ରେ ଭାରତ ଆସିଥିଲା । ଆଉ ସେପ୍ଟେମ୍ବର ୧୦ରେ ଏହା ବାୟୁସେନାରେ ସାମିଲ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ୩-୪ଟି ରାଫାଲ ବିମାନ ଆସିବା ପରେ ମୋଟ ୮-୯ଟି ରାଫାଲ ଯୁଦ୍ଧ ବିମାନ ଭାରତୀୟ ବାୟୁ ସେନାରେ ସାମିଲ ହୋଇ ବାୟୁସେନାର ଶକ୍ତି ବୃଦ୍ଧି କରିବ ବୋଲି ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି । ଏହି ବିମାନ ଉଡାଇବା ଲାଗି ମାର୍ଚ୍ଚ ୨୦୨୧ ମଧ୍ୟରେ ଭାରତୀୟ ପାଇଲଟ ଫ୍ରାନ୍ସରେ ସେମାନଙ୍କର ତାଲିମ ଶେଷ କରିବେ ।

Share