Categories: ବାଣିଜ୍ୟ

ଦିନକରେ ୩.୪୫ ଲକ୍ଷ କୋଟିର ନିବେଶ ବୃଦ୍ଧି

ନୂଆଦିଲ୍ଲୀ,୧।୪: ଦୀର୍ଘଦିନ ପରେ ଭାରତୀୟ ଶେୟାର ବଜାର କାରବାର ଏକ ବୃହତ୍‌ ନିବେଶ ବୃଦ୍ଧିରେ ଶେଷ ହୋଇଛି। ଏପରିକି ଭାରତୀୟ ଶେୟାର ବଜାରର କାରବାର ବୃଦ୍ଧି ଫଳରେ ଦିନକ ମଧ୍ୟରେ ଭାରତୀୟ ପୁଞ୍ଜି ବଜାରରେ ପ୍ରାୟ ୩.୪୫ ଲକ୍ଷ କୋଟି ଟଙ୍କା ବୃଦ୍ଧି ଘଟିଛି। ବିଶେଷକରି କ୍ରମାଗତ ୨ୟ ଦିନ ଲାଗି ଉଭୟ ସେନ୍‌ସେକ୍ସ ଓ ନିଫ୍ଟିରେ କାରବାର ବୃଦ୍ଧି ପାଇଛି। ସେହିଭଳି ଶୁକ୍ରବାର ସେନ୍‌ସେକ୍ସ ପ୍ରାୟ ୧୦୩୧ ପଏଣ୍ଟ ବଢ଼ି ୫୯,୯୯୨ ଅଙ୍କରେ ପହଞ୍ଚତ୍ଥିବା ବେଳେ ନିଫ୍ଟି-୫୦ରେ ୨୭୯ ପଏଣ୍ଟ ବୃଦ୍ଧି ଘଟି ୧୭,୩୬୦ ଅଙ୍କରେ କାରବାର ବନ୍ଦ ହୋଇଥିଲା। ଏପରିକି ବିଏସ୍‌ଇର ମିଡ୍‌କ୍ୟାପ୍‌ ଏବଂ ସ୍ମଲ୍‌କ୍ୟାପ୍‌ ସୂଚକାଙ୍କ ଯଥାକ୍ରମେ ୧.୭୮% ଏବଂ ୧.୬୩% ପଏଣ୍ଟ ବୃଦ୍ଧି ସହ କାରବାର ବନ୍ଦ ହୋଇଛି। ଅପରପକ୍ଷରେ ବିଏସ୍‌ଇର ସୂଚୀବଦ୍ଧ କମ୍ପାନୀଗୁଡିକର ମୋଟ ବଜାର ପୁଞ୍ଜି ମାର୍ଚ୍ଚ ୩୧ରେ ବଢ଼ି ୨୫୮.୧୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି। ଏପରିକି କାରବାରର ଶେଷ ଦିନରେ ଏହାର ପରିମାଣ ୨୫୪.୭୧ ଲକ୍ଷ କୋଟି ଟଙ୍କା ଥିଲା। ସେହିପରି ଶୁକ୍ରବାର କାରବାର ମଧ୍ୟରେ ଆଇଟି, ଟେକ୍‌, ବ୍ୟାଙ୍କିଙ୍ଗ୍‌, ଫାଇନାନ୍ସିଆଲ୍‌ ସର୍ଭିସେସ୍‌, ଏନର୍ଜି, ତୈଳ ଏବଂ ଗ୍ୟାସ୍‌ ଏବଂ ଟେଲିକମ୍ୟୁନିକେଶନ ଭଳି ଶେୟାରରେ ବୃଦ୍ଧି ଦେଖିବାକୁ ମିଳିଥିଲା।

Share