Categories: ଜାତୀୟ

୩.୫ କୋଟି ରେଜିଷ୍ଟ୍ରେଶନ୍‌: ୨ ପ୍ରତିଶତରୁ କମ୍‌ ନେଇଛନ୍ତି ପ୍ରଥର ଡୋଜ୍‌ ଟିକା

ନୂଆଦିଲ୍ଲୀ,୩୦।୪:ସାରା ଦେଶରେ ୧୮ରୁ ୪୪ ବୟସ୍କ ପର୍ଯ୍ୟନ୍ତ ଲୋକଙ୍କୁ ଟିକାକରଣ କାର୍ଯ୍ୟକ୍ରମ ମେ ୧ରୁ ଆରମ୍ଭ କରାଯାଇଛି। ଗତ ଏପ୍ରିଲ ୨୮ରୁ ଟିକା ରେଜିଷ୍ଟ୍ରେଶନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କୋଓ୍ବିନ୍‌ ଏବଂ ଆରୋଗ୍ୟ ସେତୁ ଆପ୍‌ ଜରିଆରେ କରୋନା ଟିକାର ରେଜିଷ୍ଟ୍ରେସନ କରାଯାଉଛି। ଏହି ଆପ୍‌ ମାଧ୍ୟମରେ ଏପର୍ଯ୍ୟନ୍ତ ୩.୫ କୋଟିରୁ ଊର୍ଦ୍ଧ୍ୱ ଲୋକ ରେଜିଷ୍ଟ୍ରେଶନ କରିସାରିଲେଣି। କିନ୍ତୁ ଏପର୍ଯ୍ୟନ୍ତ ମାତ୍ର ୨ ପ୍ରତିଶତରୁ କମ୍‌ ଲୋକଙ୍କୁ ଟିକା ଦିଆଯାଇଛି। ବିଭିନ୍ନ ପ୍ରାଇଭେଟ୍‌ ଏବଂ ସରକାରୀ ହସ୍ପିଟାଲରେ ମାତ୍ର ୬.୬୨ ଲକ୍ଷ ଲୋକଙ୍କୁ କରୋନା ଟିକା ଦିଆଯାଇଛି। ଏହି ସଂଖ୍ୟା ମେ ୧ରୁ ମେ ୪ ମଧ୍ୟରେ ଆକଳନ କରାଯାଇଛି। ସୂଚନାଯୋଗ୍ୟ, ତୃତୀୟ ପର୍ଯ୍ୟାୟରେ ରେଜିଷ୍ଟ୍ରେଶନ କରିଥିବା ୧୮ ବର୍ଷରୁ ଅଧିକ ଲୋକେ ଟିକା ନେଇପାରିବେ।

Share