Categories: ଫୁରସତ

ଧୋନିଙ୍କ ଭିଡିଓ ଭାଇରାଲ ହେବା ପରେ ଗେମ୍‌ କମ୍ପାନୀକୁ ଫାଇଦା, ୩ ଘଣ୍ଟାରେ ୩୬ ଲକ୍ଷ ଲୋକ ଡାଇନଲୋଡ କଲେ ଆପ୍‌

ନୂଆଦିଲ୍ଲୀ,୨୭।୬: ପୂର୍ବତନ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କ କ୍ୟାଣ୍ଡି କ୍ରସ ଗେମ୍‌ ଖେଳୁଥିବା ଭିଡିଓ ଭାଇରାଲ ହେବା ପରେ ଭିଡିଓ ଗେମ୍‌ କମ୍ପାନୀକୁ ଏକ ବଡ଼ ଫାଇଦା ହୋଇଛି। ଭିଡିଓ ଭାଇରାଲ ହେବାର ତିନି ଘଣ୍ଟା ମଧ୍ୟରେ ୩୬ ଲକ୍ଷ ଲୋକ ନିଜ ଫୋନରେ ଏହି ଭିଡିଓ ଗେମ ଡାଉନଲୋଡ କରିଥିବା ଜଣାପଡିଛି। ଯାହାକୁ ନେଇ କ୍ୟାଣ୍ଡି କ୍ରସ ଗେମ୍‌ ଟୁଇଟ କରି ନିଜର ଖୁସି ବ୍ୟକ୍ତ କରିଛି। ହେଲେ କ୍ୟାଣ୍ଡି କ୍ରସର ଅଫିସିଆଲ ଟୁଇଟର ଆକାଉଣ୍ଟରେ କୁହାଯାଇନାହିଁ ଯେ ୩୬ ଲକ୍ଷ ଲୋକ ଏହି ଭିଡିଓ ଡାଉନଲୋଡ କରିଛନ୍ତି, କିନ୍ତୁ ଧୋନି ଏହି ଗେମ୍‌ ଖେଳୁଥିବାରୁ ଖୁସି ବ୍ୟକ୍ତ କରାଯାଇଛି।

ନିକଟରେ ଧୋନି ତାଙ୍କ ପତ୍ନୀ ସାକ୍ସି ଧୋନିଙ୍କ ସହ ରବିବାର ଦିନ ଇଣ୍ଡିଗୋ ବିମାନରେ ଯାତ୍ରା କରୁଥିବା ଦେଖିବାକୁ ମିଳିଥିଲା। ଯେଉଁଥିରେ କ୍ରିକେଟର ତାଙ୍କ ଟ୍ୟାବଲେଟରେ କ୍ୟାଣ୍ଡି କ୍ରସ ଖେଳୁଥିବା ନଜର ଆସିଥିଲେ। ସେହି ସମୟରେ ଜଣେ ଏୟାର ହଷ୍ଟେସ ତାଙ୍କୁ ବିମାନ ଭିତରେ ଚକୋଲେଟ ଦେଉଥିବା ଦେଖିବାକୁ ମିଳିଥିଲା। ଯାହାର ଭିଡିଓ ବେଶ୍‌ ଭାଇରାଲ ହୋଇଥିଲା।

Share