ସୀମାରେ ଯାଞ୍ଚ: ପିକ୍‌ଅପ୍‌ ଭ୍ୟାନରୁ ୩.୬୯ଲକ୍ଷ ଜବତ

ନୂଆପଡ଼ା,୨୭ା୪ (ମକାରୁ ବେମାଲ): ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଲକ୍ଷ୍ୟ ନେଇ ପୋଲିସ ପ୍ରଶାସନ, ଅବକାରୀ ଓ ବନ ବିଭାଗ ପକ୍ଷରୁ ଆନ୍ତଃ ରାଜ୍ୟ ସୀମା ସିଲ କରାଯାଇ ଯାଞ୍ଚ ଜାରି ରହିଛି। ଏହି କ୍ରମରେ ନୂଆପଡ଼ା ଜିଲା ଖରିଆର ରୋଡ ଜୋଙ୍କ ନଦୀକୂଳ ଜଲାରାମ ମନ୍ଦିର ପାଖରେ ଓଡ଼ିଶା-ଛତିଶଗଡ଼ ସୀମା ସିଲ୍‌ କରାଯାଇ ସମସ୍ତ ଯାନବାହନ ତନଖି କରାଯାଉଛି। ଗୁରୁବାର ସନ୍ଧ୍ୟାରେ ପୋଲିସ, ଅବକାରୀ ଓ ବନ ବିଭାଗର ମିଳିତ ଯାଞ୍ଚ ସମୟରେ ଏକ ପିକ୍‌ଅପ ଭ୍ୟାନରେ ଥିବା ମହମ୍ମଦ ଆକବର (୩୧)ଙ୍କଠାରୁ ୩ ଲକ୍ଷ ୬୯ ହଜାର ଟଙ୍କା ଜବତ କରାଯାଇଛି। ଆକବରଙ୍କ ଘର ଛତିଶଗଡ ଦୁର୍ଗ ଖୁର୍ସିପୁର ଥାନା ବାଲାଜୀ ନଗର ଗ୍ରାମର ବୋଲି ଜଣାପଡିଛି। ସେ ଏତେ ଟଙ୍କା କେଉଁଠୁ ଆଣିଲେ ଓ କୁଆଡେ ଯାଉଥିଲେ ସେ ନେଇ ଠିକ୍‌ ଉତ୍ତର ଦେଇ ନ ପାରିବାରୁ ତାଙ୍କୁ ଜୋଙ୍କ ଥାନାରେ ଅଟକ ରଖି ପଚାରାଉଚରା କରାଯାଉଛି ବୋଲି ଥାନା ଅଧିକାରୀ ଗୁରୁଦେବ କର୍ମୀ ସୂଚନା ଦେଇଛନ୍ତି।

Share