Categories: ଜାତୀୟ

ଆଇଆଇଟି ବମ୍ବେର ନୂଆ ରେକର୍ଡ ଛାତ୍ରୀଛାତ୍ରଙ୍କୁ ବାର୍ଷିକ ୩.୭କୋଟିର ଚାକିରି ସୁଯୋଗ

ମୁମ୍ବାଇ,୧୮।୯: ଛାତ୍ରୀଛାତ୍ରଙ୍କୁ ଉତ୍ତମ କ୍ୟାରିୟର ସହ ବିଦେଶରେ ଭଲ ଦରମାରେ ଚାକିରି ଯୋଗାଇ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲଜି (ଆଇଆଇଟି) ବମ୍ବେ ରେକର୍ଡ ସୃଷ୍ଟି କରିଛି। ଏହି କ୍ରମରେ ଚଳିତବର୍ଷ ଛାତ୍ରୀଛାତ୍ରଙ୍କୁ ବିଦେଶରେ ବାର୍ଷିକ ୩.୭ କୋଟି ଟଙ୍କା ଦରମାରେ ଚାକିରି ସୁଯୋଗ ମିଳିଛି। ସେହିପରି ଛାତ୍ରୀଛାତ୍ରମାନେ ଯଦି ଦେଶ ମଧ୍ୟରେ ଚାକିରି କରିବେ ତେବେ ସେମାନଙ୍କୁ ବାର୍ଷିକ ୧.୭ କୋଟି ଟଙ୍କାର ପ୍ୟାକେଜ ମିଳିବ ବୋଲି କୁହାଯାଇଛି। ଗତବର୍ଷ ଏହି ଅନୁଷ୍ଠାନର ଛାତ୍ରୀଛାତ୍ରଙ୍କୁ ବିଦେଶରେ ଚାକିରି ପାଇଁ ବାର୍ଷିକ ୨.୧କୋଟି ଓ ଦେଶ ମଧ୍ୟରେ ଚାକିରି ପାଇଁ ବାର୍ଷିକ୧.୮ କୋଟିର ପ୍ୟାକେଜ୍‌ ସୁଯୋଗ ମିଳିଥିଲା। ତେବେ ଚଳିତ ବର୍ଷ କେତେଜଣ ଛାତ୍ରୀଛାତ୍ର ଏହି ଚାକିରି ପାଇଁ ଏହି ଅଫର୍‌କୁ ଗ୍ରହଣ କରିଛନ୍ତି ସେନେଇ ଅନୁଷ୍ଠାନ ପକ୍ଷରୁ କୌଣସି ତାଲିକା ପ୍ରକାଶ ପାଇନାହିଁ। ବାର୍ଷିକ ୧ କୋଟି ଟଙ୍କା ପ୍ୟାକେଜ ଥିବା ୧୬ଟି କମ୍ପାନୀର ଚାକିରି ଲାଗି ଛାତ୍ରୀଛାତ୍ରଙ୍କୁ ସୁଯୋଗ ମିଳିଛି।

Share