ନୂଆଦିଲ୍ଲୀ,୧୫।୩ : ଆମ ଦେଶରେ ଏପରି ଏକ ସମୟ ଥିଲା ଯେତେବେଳେ ପୃଥିବୀର ବିଭିନ୍ନ ସ୍ଥାନରୁ ଲୋକମାନେ ଏଠାକୁ ଆସୁଥିଲେ। ହ୍ୟୁଏନ ଶାଙ୍ଗ ସପ୍ତମ ଶତାବ୍ଦୀରେ ଚାଇନାରୁ, ଏକାଦଶ ଶତାବ୍ଦୀରେ ଆଲବେରୁନି ସେହିପରି ଚତୁର୍ଦ୍ଦଶ ଶତାବ୍ଦୀରେ ଇବାନ ବତ୍ତୁତା ଭାରତ ଆସିଥିଲେ। ଆମ ଦେଶର ଐତିହ୍ୟ ଏପରି ହୋଇଥିଲା ଯେ ବିଶ୍ୱର ବିଭିନ୍ନ ସ୍ଥାନରୁ ଲୋକମାନେ ଏଠାକୁ ଆସୁଥିଲେ। କିନ୍ତୁ ସମୟର ଚକରେ ସବୁ ଓଲଟପାଲଟ ହୋଇଯାଇଛି। ବର୍ତ୍ତମାନ ଏହା ଦେଖାଯାଉଛି, ଲକ୍ଷ ଲକ୍ଷ ଭାରତୀୟ ଦେଶ ଛାଡି ବିଦେଶକୁ ଯାଉଛନ୍ତି।
ମାର୍ଚ୍ଚ ୧୪ ରେ ଲୋକସଭାରେ ଉପସ୍ଥାପିତ ହୋଇଥିବା ଡକ୍ୟୁମେଣ୍ଟରେ ଦର୍ଶାଯାଇଛି ଯେ ୨୦୨୨ ମସିହାରେ ଇମିଗ୍ରେଶନ ଆକ୍ଟ, ୧୯୮୩ ଅନୁଯାୟୀ ୩,୭୩,୪୩୪ ଭାରତୀୟଙ୍କୁ ଇମିଗ୍ରେଶନ କ୍ଲିୟରାନ୍ସ ଦିଆଯାଇଥିଲା। ସେଥିମଧ୍ୟରୁ ୧୦,୬୫୪ ଜଣ ପଞ୍ଜାବର।
ଇମିଗ୍ରେଶନ ଆକ୍ଟ, ୧୯୮୩ ଭାରତର ନାଗରିକମାନଙ୍କୁ ବିଦେଶରେ ନିଯୁକ୍ତି ପାଇଁ ସୁଯୋଗ ପ୍ରଦାନ କରେ। ଏହି ନିୟମ ଅନୁଯାୟୀ ୧୮ ଟି ଦେଶରେ ନିଯୁକ୍ତି ପାଇଁ ଭାରତୀୟମାନଙ୍କୁ ଇମିଗ୍ରେଶନ କ୍ଲିୟରାନ୍ସ ପ୍ରଦାନ କରାଯାଇଛି। ଏହି ଦେଶଗୁଡ଼ିକ ହେଉଛି ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ), ସୌଦି ଆରବ, ଇଣ୍ଡୋନେସିଆ କାତାର, ଓମାନ, କୁଏତ, ବାହାରିନ, ମାଲେସିଆ, ଲିବିୟା, ଜୋର୍ଡାନ, ୟେମେନ, ସୁଦାନ, ଦକ୍ଷିଣ ସୁଦାନ, ଆଫଗାନିସ୍ତାନ, ଇଣ୍ଡୋନେସିଆ, ସିରିଆ, ଲେବାନନ ଏବଂ ଥାଇଲାଣ୍ଡ ପ୍ରଭୃତି।
ନିତ୍ୟାନନ୍ଦ ରାୟ ଶିରୋମଣି ଅକାଲୀ ଦଳ ଏମ୍ପି ହରସିମରନ କୌର ବାଦଲଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହା ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ୨୦୦୧-୨୦୧୧ମସିହା ମଧ୍ୟରେ ପଞ୍ଜାବ ରାଜ୍ୟରେ ବିଦେଶ ଯିବା ଜନସଂଖ୍ୟାର ଦଶମିକ ଅଭିବୃଦ୍ଧି ହାର ୧୩.୯ ପ୍ରତିଶତ ରହିଛି।
ମିଳିତ ଜାତିସଂଘର ରିପୋର୍ଟ ଏହି ଭାରତ ଛାଡିବା ଉପରେ ଏକ ରିପୋର୍ଟ ଉପସ୍ଥାପନ କରିଛି। ରିପୋର୍ଟ ଅନୁଯାୟୀ, ୨୦୨୦ ସୁଦ୍ଧା ୧.୮ କୋଟି ଭାରତୀୟ ବିଦେଶରେ ରହୁଥିଲେ। ଏଠାରେ ଧ୍ୟାନ ଦେବା କଥା ହେଉଛି ଦୁନିଆରେ ୩.୨ କୋଟି ଲୋକ ଅଛନ୍ତି ଯେଉଁମାନେ ଭାରତ ସହ ଜଡିତ। ସେମାନଙ୍କମଧ୍ୟରୁ ୧.୮ କୋଟି ଭାରତର ନାଗରିକ। ଆଶ୍ଚର୍ଯ୍ୟଜନକ କଥା ହେଉଛି ବିଦେଶରେ ରହୁଥିବା ଭାରତୀୟ ଜନସଂଖ୍ୟା କେତେକ ଦେଶର ମୋଟ ଜନସଂଖ୍ୟାଠାରୁ ମଧ୍ୟ ଅଧିକ।
ମିଳିତ ଜାତିସଂଘର ଅଥନୈତିକ ଏବଂ ସାମାଜିକ ବ୍ୟାପାର ବିଭାଗର ଜନସଂଖ୍ୟା ବିଭାଗ ଦ୍ୱାରା ଅନ୍ତର୍ଜାତୀୟ ସ୍ଥାନାନ୍ତରଣ ୨୦୨୦ ହାଇଲାଇଟ ଅନୁଯାୟୀ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ), ଆମେରିକା ଏବଂ ସୌଦି ଆରବ ହେଉଛି ତିନୋଟି ଦେଶ ଯେଉଁଠାକୁ ଭାରତୀୟମାନେ ଅଧିକ ସ୍ଥାନାନ୍ତର ହେଉଛନ୍ତି। ଏହା ବ୍ୟତୀତ କାନାଡା, ବ୍ରିଟେନ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡରେ ମଧ୍ୟ ଭାରତୀୟମାନେ ଅଧିକ ସଂଖ୍ୟାରେ ବସବାସ କରୁଛନ୍ତି। ଏହି ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଦେଶ ଛାଡିବାର ମୁଖ୍ୟ କାରଣ ହେଉଛି ରୋଜଗାର, ଉନ୍ନତ ଜୀବନ ଏବଂ ଟଙ୍କା।