୩.୬ ଲକ୍ଷ ଭାରତୀୟ ଫେରିଲେଣି

ନୂଆଦିଲ୍ଲୀ,୨୭ା୬(ପି.ଟି.): ଲକ୍‌ଡାଉନ ଯୋଗୁ ବିଭିନ୍ନ ଦେଶରେ ଅଟକି ରହିଥିବା ଭାରତୀୟମାନଙ୍କୁ ଫେରାଇ ଆଣିବା ଲାଗି ଗତ ମେ’ ୭ରେ ବନ୍ଦେ ଭାରତ ମିଶନ ଆରମ୍ଭ ହୋଇଥିଲା। ଏହି ମିଶନରେ ଇତିମଧ୍ୟରେ ବିଭିନ୍ନ ଦେଶରୁ ୩.୬ ଲକ୍ଷରୁ ଅଧିକ ଭାରତୀୟ ଦେଶକୁ ଫେରିଲେଣି। ବିଦେଶରେ ଥିବା ମୋଟ ୫,୧୩,୦୪୭ ଭାରତୀୟ ସ୍ବଦେଶ ଫେରିବା ଲାଗି ବନ୍ଦେ ଭାରତ ମିଶନରେ ନାମ ପଞ୍ଜୀକରଣ କରିଥିଲେ। ୨୫ ତାରିଖ ସୁଦ୍ଧା ସେମାନଙ୍କ ମଧ୍ୟରୁ ୩,୬୪,୨୦୯ ଜଣ ଫେରିଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି।

Share