Categories: ବାଣିଜ୍ୟ

ଫେବୃୟାରୀରେ ୩.୯୪ ଲକ୍ଷ ଯାନ ବିକ୍ରି

ନୂଆଦିଲ୍ଲୀ,୫।୩: ଦେଶର ପ୍ରମୁଖ ଦୁଇଚକିଆ ଯାନ ନିର୍ମାଣକାରୀ କମ୍ପାନୀ ହିରୋ ମୋଟାକର୍ପ ଚଳିତ ବର୍ଷ ଫେବୃୟାରୀରେ ପ୍ରାୟ ୩.୯୪ ଲକ୍ଷ ୟୁନିଟ ଯାନ ବିକ୍ରି କରିଛି । ଏପରିକି ଗତ ବର୍ଷର ସମାନ ଅବଧି ତୁଳନାରେ କମ୍ପାନୀ ପ୍ରାୟ ୧୦% ଅଭିବୃଦ୍ଧି ହାସଲ କରିବାରେ ସକ୍ଷମ ହୋଇଛି । ଗତ ବର୍ଷ ଫେବୃୟାରୀରେ କମ୍ପାନି ୩.୮୫ ୟୁନିଟ ଯାନ ବିକ୍ରି କରିଥିଲା । ସେହିଭଳି ନିକଟରେ କମ୍ପାନି ଏକ୍ସପଲ୍‌ସ ୨୦୦ଟି ୪ ଭି ଉନ୍ମୋଚନ କରିଥିଲା । କମ୍ପାନି ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କୁ ବ୍ରାଣ୍ଡ ଆମ୍ବାସଡର ଭାବେ ନିଯୁକ୍ତ କରିଛି। ନୂଆ କ୍ୟାମ୍ପେନରେ କମ୍ପାନି ମହିଳାଙ୍କ ଯୋଗଦାନକୁ ସମ୍ମାନ ଜଣାଇଛି । ହିରୋ ପକ୍ଷରୁ ଭିଦା ବାଙ୍ଗାଲୋର, ଦିଲ୍ଲୀ ଏବଂ ଜୟପୁର ଭଳି ସହରରେ ପବ୍ଳିକ ଚାର୍ଜିଂ ଭିତ୍ତିଭୂମି ସହ ୫୦ ସ୍ଥାନରେ ୩୦୦ ଚାର୍ଜିଂ ପଏଣ୍ଟ ବ୍ୟବସ୍ଥା କରାଯାଇଛି । ଉଭୟ ଡିସି ଏବଂ ଏସି ଚାର୍ଜିଂ ସକେଟରେ ସ୍କୁଟରଗୁଡିକୁ ଚାର୍ଜ କରାଯାଇପାରିବ ।

Share