ବରଗଡ଼ ଅଫିସ୍,୮।୯: ବରଗଡ଼ ଜିଲା ଭେଡ଼େନ ଥାନା ଅନ୍ତର୍ଗତ କେନ୍ଦପାଲି ଗ୍ରାମରେ ୨୦୧୬ରେ ଜମିବାଡ଼ି ବିବାଦକୁ ନେଇ ବାପପୁଅଙ୍କୁ ମରଣାନ୍ତକ ଆକ୍ରମଣ, ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ଅତିରିକ୍ତ ଜିଲା ଦୌରାଜଜ୍ ସ୍ରୋତସ୍ବିନୀ କର ମାମଲାର ଶୁଣାଣି କରି ୩ ଅଭିଯୁକ୍ତ କୂଳ ବାରିକ, ସଚ୍ଚିଦା ଓରଫ୍ ପ୍ରେମାଳୁ ବାରିକ, ମୀନକେତନ ବାରିକଙ୍କୁ ଆଜୀବନ କାରାଦଣ୍ଡ ଏବଂ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତ। ଜରିମାନା ଅନାଦେୟ ଅଭିଯୁକ୍ତମାନେ ଅଧିକ ଏକବର୍ଷ କାରାଦଣ୍ଡ ଦଣ୍ଡିତ ହେବେ ବୋଲି ରାୟରେ ଉଲ୍ଲେଖ ରହିଛି।
ପ୍ରକାଶଥାଉକି, ୨୦୧୬ରେ ଜମିବାଡ଼ି ବିବାଦକୁ ନେଇ ଅଭିଯୁକ୍ତମାନେ ଗ୍ରାମର ପ୍ରେମରାଜ କରନ୍ ଏବଂ ପୁଅ ଏକାଦଶିଆ କରନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ପ୍ରେମରାଜଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଦଶିଆ ଗୁରୁତର ଆହତ ହୋଇଥିଲେ। ସରକାରଙ୍କ ପକ୍ଷରୁ ଅତିରିକ୍ତ ସରକାରୀ ଓକିଲ ମନୋଜ କୁମାର ଏକ୍କା ମାମଲା ପରିଚାଳନା କରୁଥିଲେ।