୩ ଆନ୍ତଃ ରାଜ୍ୟ ଗଞ୍ଜେଇ ବେପାରୀ ଗିରଫ

ବରପାଲି,୧୭ା୭ (ଚିତ୍ତରଞ୍ଜନ ସାହୁ): ଗଞ୍ଜେଇ ଚାଲାଣ ବେଳେ ୨ଆନ୍ତଃରାଜ୍ୟ ବେପାରୀଙ୍କ ସହ ୩ ଜଣଙ୍କୁ ବରପାଲି ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବରପାଲି ଥାନା ରାବଣଗୁଡା ଗ୍ରାମର ଗୌର ମାଝୀ (୨୪), ମଧ୍ୟପ୍ରଦେଶ ଛତରପୁର ଜିଲା ରଘୁରାଜ ଶ୍ରିବସ (୩୨), ମଧ୍ୟପ୍ରଦେଶ ଦମୋହ ଜିଲାର ଗୁଲଜର ସିଂ (୨୪)। ସେମାନଙ୍କଠାରୁ ୯ କେଜି ଗଞ୍ଜେଇ, ଗୋଟିଏ ବାଇକ୍‌, ୩ଟି ମୋବାଇଲ ଫୋନ୍‌, ନଗଦ ୨ ହଜାର ଟଙ୍କା ଜବତ କରାଯାଇଛି। ସୋମବାର ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ଏ ନେଇ ବରପାଲି ପୋଲିସ ଏକ ମାମଲା (ନଂ. ୨୪୩/୨୩) ରୁଜୁ କରିଛି। ସୂଚନାଯୋଗ୍ୟ, ବୌଦ୍ଧରୁ ବରପାଲିକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ କୌଣସି ସୂତ୍ରରୁ ପୋଲିସ ଖବର ପାଇ ବରପାଲି ବଲାଙ୍ଗୀର ରାସ୍ତା କେନାଲ ଛକ ପଟେଲ ଢାବା ନିକଟରେ ଚଢାଉ କରି ସେମାନଙ୍କୁ କାବୁ କରିଥିଲା।