Categories: ଜାତୀୟ

୩ ଆପରାଧିକ ଆଇନକୁ ଚ୍ୟାଲେଞ୍ଜ ଆବେଦନ ଖାରଜ

ନୂଆଦିଲ୍ଲୀ,୨୭।୨(ପି.ଟି.): ୩ ନୂଆ ଆପରାଧିକ ଆଇନ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ଜୁଲାଇ ୧ରୁ ଦେଶରେ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହାକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା ଜନସ୍ବାର୍ଥ ମାମଲା (ପିଆଇଏଲ୍‌)କୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ଚେନ୍ନାଇର ଟି. ଶିବଗ୍ନାନାସମ୍ବାନ୍ଦନ ଦାଏର କରିଥିବା ଜନସ୍ବାର୍ଥ ମାମଲାକୁ ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ଜେ.ବି. ପର୍‌ଡିଓ୍ବାଲା ଏବଂ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ ଖାରଜ କରିଦେଇଥିଲେ। ନୂଆ ଆପରାଧିକ ଆଇନକୁ ଚ୍ୟାଲେଞ୍ଜ କରିବାକୁ ତୁମେ କିଏ ବୋଲି ସିଜେଆଇ ପ୍ରଶ୍ନ କରିବା ସହ ଏହା ବିରୋଧରେ ଅପିଲ କରିବା ଅଧିକାର ତୁମର ନାହିଁ ବୋଲି କହିଥିଲେ। ପିଆଇଏଲ୍‌ରେ ସ୍ବରାଷ୍ଟ୍ର ଏବଂ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟକୁ ପକ୍ଷଭୁକ୍ତ କରାଯାଇଥିଲା।

Share