ମହୁମାଛି ଆକ୍ରମଣରେ ୩ ଗୁରୁତର

ଘସିପୁରା,୩ା୧୨(ନିରଞ୍ଜନ ସାହୁ): ମହୁମାଛି ଆକ୍ରମଣରେ ଭିନ୍ନ ଭିନ୍ନ ସ୍ଥାନରେ ୩ ଜଣ ଗୁରୁତର ହୋଇ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ତେବେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଘସିପୁରା ବ୍ଲକ ଖାଳିଆମେଣ୍ଟା ଗ୍ରାମର ପୂର୍ଣ୍ଣଚନ୍ଦ୍ର ଭୂୟାଁଙ୍କ ସ୍ତ୍ରୀ କୁନି(୫୧) ପୋଖରୀକୁ ଲୁଗା ସଫା କରିବାକୁ ଆସିବା ସମୟରେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ। ସେହିଭଳି ଘସିପୁରା ବ୍ଲକର ବରିପାଳ ଜରକସାହିର ବାବୁରାମ ଗୁୟାଁଙ୍କ ସ୍ତ୍ରୀ ଦଶମା (୪୫) ଏବଂ ଶିକ୍ଷକ ନବୀନ ଚନ୍ଦ୍ର ହୋ (୩୮) ରାସ୍ତାରେ ଯିବା ସମୟରେ ମହୁମାଛି ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଥିଲେ। ଗୁରୁତରମାନଙ୍କୁଚିକିତ୍ସା ପାଇଁ ଆନନ୍ଦପୁର ମୁଖ୍ୟ କିତ୍ସାଳୟରେ ଭର୍ତ୍ତି କରାଯାଇଛି।

Share