ଚିତ୍ରକୋଣ୍ଡା,୯ା୯(କ୍ଷୀରୋଦ ବେହେରା): ଛେଳି ଚୋରି କରି ତିନି ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ତିନି ଜଣ ଫେରାର ହୋଇଯାଇଛନ୍ତି।
ମିଳିଥିବା ସୂଚନାନୁଯାୟୀ, ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଦୋରାଗୁଡା ପଞ୍ଚାୟତ ଅନ୍ତର୍ଭୁକ୍ତ ଆର୍ଏସ୍ସି-୩ ନମ୍ବର ଗ୍ରାମର ସୁକୁ ଜାନିଙ୍କର ଛେଳି ଗତ ୬ ତାରିଖ ରାତିରେ ଚୋରି ହୋଇଯାଇଥିଲା। ସୁକୁ ଚିତ୍ରକୋଣ୍ଡା ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ଚିତ୍ରକୋଣ୍ଡା ଥାନା ଅଧିକାରୀ ମୁକୁନ୍ଦ ମେଲେକାଙ୍କ ନେତୃତ୍ୱରେ ଏଏସ୍ଆଇ ଅମୂଲ୍ୟ କୁମାର ଦୁରୁକାଙ୍କ ସହ ଏକ ଟିମ୍ ତଦନ୍ତ ଆରମ୍ଭ କରି ଚିତ୍ରକୋଣ୍ଡା ପୋଲିସ ଚୋରି ଛେଳି ସହ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟ ତିନି ଜଣ ଅଭିଯୁକ୍ତ ଫେରାର ଅଛନ୍ତି। ଚିତ୍ରକୋଣ୍ଡା ଥାନା କେସ୍ ନମ୍ବର ୧୬୯/୨୩ରେ ୩ ଅଭିଯୁକ୍ତ ଚିତ୍ରକୋଣ୍ଡା ନୂଆସାହିର ସୀତାରାମ ହନ୍ତାଳ,ହରି ଖିଲ ଏବଂ ବେନିଆଗୁଡ଼ା ଗ୍ରାମର ରମେଶ ସାଗରଙ୍କୁ ଶନିବାର କୋର୍ଟଚାଲାଣ କରାଯାଇଛି। ଫେରାର ଥିବା ୩ ଅଭିଯୁକ୍ତ ହେଉଛନ୍ତି ଅପରେଟ କଲୋନୀର ଗୋବିନ୍ଦ ଖିଲ, ଚିତ୍ରକୋଣ୍ଡା ନୂଆ କଲୋନୀର ଦହ ପାଙ୍ଗି ଓ ମୋହନ ହନ୍ତାଳ। ଏନେଇ ଚିତ୍ରକୋଣ୍ଡା ପୋଲିସ ଅଧିକ ତଦନ୍ତ ଜାରି ରଖିଛି।