ଚୋରି କରି ବନ୍ଧା ହେଲେ

ରେଢାଖୋଲ ୧୮।୬(ଅଚ୍ୟୁତାନନ୍ଦ ପୁରୋହିତ): ରେଢାଖୋଲ ପୋଲିସ ୩ ବାଇକ୍‌ ଲୁଟେରାଙ୍କୁ ଗିରଫ କରିଛି। ଲୁଟେରାମାନେ ରେଢାଖୋଲ ଥାନା ଅଧୀନ ହିନ୍ତରାଇ ଛକରୁ ସୁନିଲ ତିର୍କୀ ନାମକ ଜଣେ ଯୁବକଙ୍କ ବାଇକ୍‌ ନଂ. ଓଡି ୧୫ଡି ୧୨୦୭କୁ ଧରି ଫେରାର୍‌ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ଲୁଟେରାମାନଙ୍କୁ ଧରିବାକୁ ଉଦ୍ୟମ କରିବାବେଳେ ଲୁଟେରାମାନେ ରେଢାଖୋଲ -ନାକଟିଦେଉଳ ରାସ୍ତାର ଢୁଙ୍କଛାଲି ଠାରେ ଚୋରି କରିଥିବା ବାଇକ ଓ ତାଙ୍କ ବାଇକକୁ ଛାଡ଼ି ଫେରାର ହୋଇଯାଇଥିଲେ। ପୋଲିସ ବାଇକ୍‌ ୨ଟିକୁ ଜବତ କରିଥିବାବେଳେ ପରେ ଲୁଟେରାମାନେ ଏକ ଅଟୋରେ ଫେରାର ହେଉଥିବା ବେଳେ ପୋଲିସ ଗିରଫ କରିଥିଲା। ଗିରଫ ଅଭିଯୁକ୍ତ ଲୁଟେରାମାନେ ହେଲେ ସମ୍ବଲପୁର ଅଇଁଠାପାଲି ଥାନା ଜଗନ୍ନାଥ କଲୋନିର ଦେବେନ୍ଦ୍ର ନାଏକ, ଦେହୁରୀପାଲିର କାହ୍ନା ନାଏକ ଓ ଗୋବିନ୍ଦ ପୁହାଣ ବୋଲି ପୋଲିସ କହିଛି। ଗିରଫ ଅଭିଯୁକ୍ତମାନଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଛି।

Share