ଯାଜପୁର ଅଫିସ,୭।୪: ଯାଜପୁର ଜିଲା ଧର୍ମଶାଳା ବ୍ଲକର ସୂଚନାକର୍ମୀ ସର୍ବେଶ୍ବର ବେହୁରାଙ୍କ ଉପରେ ହୋଇଥିବା ବୋମାମାଡ଼ ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ ସେମାନଙ୍କ ପରିଚୟ ଦେବାକୁ ପୋଲିସ ମନା କରିଦେଇଛି। ଲଘୁ ଖଣି କାରବାରରେ ବେଆଇନ ଭାବେ କିଛି ପଥର ମାଫିଆ ଏଥିରେ ସମ୍ପୃକ୍ତ ଥିବା ଏସ୍ପି ରାହୁଲ ପିଆର ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ଗତ ମାର୍ଚ୍ଚ ୨୭ ତାରିଖରେ ଇମାମନଗରଠାରେ ବେହୁରାଙ୍କ ଉପରେ ବୋମାମାଡ଼ ହୋଇଥିଲା।