ଆରୋଗ୍ୟମ୍‌ ହସ୍ପିଟାଲ ନିର୍ଦ୍ଦେଶକ ଦମ୍ପତିଙ୍କ ସମେତ ୩ ଗିରଫ

ବ୍ରହ୍ମପୁର ଅଫିସ,୧୨ା୮: ହସ୍ପିଟାଲ କିଣାବିକା ନଁାରେ ୩ କୋଟି ୪୩ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ବ୍ରହ୍ମପୁର ବୈଦ୍ୟନାଥପୁର ପୋଲିସ ଆରୋଗ୍ୟମ୍‌ ହସ୍ପିଟାଲର ନିର୍ଦ୍ଦେଶକ ଦମ୍ପତିଙ୍କ ସମେତ ୩ ଜଣଙ୍କୁ ଗୁରୁବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଆସ୍କାରୋଡ ରାଧାକୃଷ୍ଣ ଏନ୍‌କ୍ଲେଭରେ ରହୁଥିବା ଉକ୍ତ ହସ୍ପିଟାଲ ନିର୍ଦ୍ଦେଶିକା ନିଶି ପ୍ରିୟଦର୍ଶିନୀ(୩୯) ତାଙ୍କ ସ୍ବାମୀ ସିଏଚ୍‌ ବଦ୍ରିନାରାୟଣ ପାତ୍ର(୪୨)। ଗଜପତିନଗରରେ ରହୁଥିବା ସ୍ପେସିମେନ୍‌ ହୋଲ୍ଡିଂ ଲିମିଟେଡ ନିର୍ଦ୍ଦେଶକ ସଂଗ୍ରାମ କେଶରୀ ମହାନ୍ତି(୪୨)। ମାମଲା ନମ୍ବର ୧୮୫/୨୨ରେ ଏମାନଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି ।
ସୂଚନାନୁସାରେ, ହର୍ଷବିହାର ୪ର୍ଥ ଲାଇନରେ ରହୁଥିବା ଡା.ରମେଶ ଚନ୍ଦ୍ର ବର୍ତ୍ତାଙ୍କ ଓମ୍‌ ଆରୋଗ୍ୟ ହସ୍ପିଟାଲ ଲିମିଟେଡ ନାମରେ ଏକ କମ୍ପାନୀ ରହିଛି। ସେ ଏହାର ପରିଚାଳନା ନିର୍ଦ୍ଦେଶକ ରହିଛନ୍ତି। ଡା. ରମେଶ ୨୦୨୧ ମାର୍ଚ୍ଚ ୧ରେ ବ୍ରହ୍ମପୁରରେ ଥିବା ଏକ ହସ୍ପିଟାଲ କିଣିବା ପାଇଁ ସ୍ପେସିମେନ ହୋଲ୍ଡିଂ ଲିମିଟେଡ୍‌ ନିର୍ଦ୍ଦେଶକ ସଂଗ୍ରାମଙ୍କ ସହ ଏକ ଚୁକ୍ତି କରିଥିଲେ। ହସ୍ପିଟାଲ ଗୃହ, ଜମି ଓ ଉପକରଣ ବିକ୍ରି ବାବଦକୁ ଉଭୟଙ୍କ ମଧ୍ୟରେ ୬ କୋଟି ୭ ଲକ୍ଷ ଟଙ୍କାର ଚୁକ୍ତି ହୋଇଥିଲା। ସେହିକ୍ରମରେ ସଂଗ୍ରାମ ଡା. ରମେଶଙ୍କଠାରୁ ୩ କୋଟି ୪୩ ଲକ୍ଷ ଟଙ୍କା ଅଗ୍ରିମ ନେଇଥିଲେ। ହେଲେ କରୋନା ଦ୍ୱିତୀୟ ଲହର ଆସିଯିବାରୁ ଡା. ରମେଶ ଉକ୍ତ ହସ୍ପିଟାଲକୁ ନିଜ ଅକ୍ତିଆରରେ ନେବାରେ ବିଳମ୍ବ ହୋଇଥିଲା। କିଛି ମାସ ପରେ ଡା. ରମେଶ ସେଠାକୁ ଯାଇ ଦେଖିବା ବେଳେ ଚୁକ୍ତି ମୁତାବକ ସେଠାରେ କୌଣସି ହସ୍ପିଟାଲ ଉପକରଣ ନ ଥିଲା। ହସ୍ପିଟାଲ ଉପକରଣ ସେଠାରେ ନ ଥିବା ଦେଖି ଡା. ରମେଶ ଏନେଇ ସଂଗ୍ରାମଙ୍କୁ ପଚାରିଥିଲେ। ଯାହାକୁ ନେଇ ସଂଗ୍ରାମ ଓ ତାଙ୍କ ସହଯୋଗୀ ରୁଷିପ୍ରସାଦ ନାହାକ, ବଦ୍ରିନାରାୟଣ ପାତ୍ର ମିଳିତ ଭାବେ ଡା. ରମେଶଙ୍କୁ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ସେହିପରି ଏହି ହସ୍ପିଟାଲଟି ଓମ୍‌ ଆରୋଗ୍ୟ ହସ୍ପିଟାଲ ଲିମିଟେଡ୍‌ ନିର୍ଦ୍ଦେଶକ ବଦ୍ରିନାରାୟଣ ପାତ୍ରଙ୍କ ସ୍ତ୍ରୀ ନିଶି ପ୍ରିୟଦର୍ଶନୀଙ୍କୁ ୫ ବର୍ଷିଆ ଲିଜ୍‌ ସୂତ୍ରରେ ଦିଆଯାଇ ସାରିଛି ବୋଲି ଡା. ରମେଶଙ୍କୁ ଜଣାଇ ଦିଆଯାଇଥିଲା। ହେଲେ ବଦ୍ରିନାରାୟଣ ଓ ନିଶି ପ୍ରିୟଦର୍ଶିନୀ ତାଙ୍କ କମ୍ପାନୀର ପଞ୍ଜୀକୃତ ନିର୍ଦ୍ଦେଶକ ହୋଇ ନ ଥିବା ବେଳେ ତାଙ୍କ ନଁାରେ କିପରି ଚୁକ୍ତି ହେଲା ସେ ନେଇ ଡା. ରମେଶ ପ୍ରଶ୍ନ କରିଥିଲେ। ଉପରୋକ୍ତ ବ୍ୟକ୍ତିମାନେ କାଗଜପତ୍ର ଜାଲିଆତିକରି ତାଙ୍କୁ ଠକିବା ଉଦ୍ଦେଶ୍ୟରେ ଏହା କରିଥିବା ଡା. ରମେଶ ଜାଣିବାକୁ ପାଇଥିଲେ। ଏ ନେଇ ସେ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଠକେଇ, ଷଡ଼ଯନ୍ତ୍ର ଭଳି ବିଭିନ୍ନ ଦଫାରେ ମାମଲା ରୁଜୁ କରି ତଦନ୍ତ ଚଳାଇ ଗୁରୁବାର ଉପରୋକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିବା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିରୋ ନାଇଟ ସେଲିବ୍ରେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ନିୟୋଜିତ ରହିବେ…

ଭୁବନେଶ୍ୱର,୨୭।୧୨: ଜିରୋ ନାଇଟ ସେଲିବ୍ରେଶନ ପାଇଁ କମିସନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନେଇ ପୋଲିସ କମିସନର ସୁରେଶ ଦେବଦତ୍ତ ସିଂ ସୂଚନା...

ହାତୀ ପାଇଁ ବନ୍ଦ ହେଲା ଶିଖରଚଣ୍ଡୀ, ପୁଣି ଏହି ଦିନ ଖୋଲିବ

ଭୁବନେଶ୍ବର, ୨୭।୧୨: ବନ୍ଦ ରହିଲା ଶିଖରଚଣ୍ଡୀ ପୀଠ । ଶିଖରଚଣ୍ଡୀ ମନ୍ଦିର ପ୍ରବେଶ ଗେଟ୍‌ରେ ତାଲା ପକାଇଲା ବନ ବିଭାଗ । ହାତୀ ପାଇଁ ଏଭଳି...

ଭୟଙ୍କର ଦୁର୍ଘଟଣା: ପଛକୁ ପଛ ପିଟିହେଲା ୫୦ ଗାଡ଼ି, ଲାଗିଲା ନିଆଁ

ନୂଆବର୍ଷ,୨୭।୧୨: ବର୍ଷ ଶେଷ ହେବା ଏବଂ ନୂତନ ବର୍ଷର ଛୁଟି ଆରମ୍ଭ ହେବା ମାତ୍ରେ ଜାପାନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ବରଫ...

ଆହୁରି ବଢିଲା ଶୀତ, ଜନଜୀବନ ଅସ୍ତବ୍ୟସ୍ତ: ପର୍ଯ୍ୟଟକଙ୍କ ଅସମ୍ଭାଳ ଭିଡ଼

ଦାରିଙ୍ଗବାଡି, ୨୭।୧୨ (ଅରୁଣ ସାହୁ ):ଗତ କିଛିଦିନ ହେଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କୁହୁଡିର ପ୍ରଭାବରେ ଗାଡି ଚଳାଚକ ବାଧାପ୍ରାପ୍ତ ହୋଇଛି। ଶୀତ କମିବାରେ ନାମ...

Salman Khan Birthday: ସଲମାନଙ୍କୁ 60 ବର୍ଷ…କ୍ୟାମେରା ସାମ୍ନାରେ କାଟିଲେ କେକ୍, ଜାଣନ୍ତୁ ଗେଷ୍ଟ ଲିଷ୍ଟ

ନୂଆଦିଲ୍ଲୀ,୨୭ା୧୨ : ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଜି ଜନ୍ମଦିନ ।  ୬୦ତମ ଜନ୍ମଦିନକୁ ବହୁତ ଉତ୍ସାହ ଏବଂ ହୃଦୟସ୍ପର୍ଶୀ ଶୈଳୀରେ ପାଳନ କରିଥିଲେ। ଅଭିନେତା...

ବାଲ ଧନୁଯାତ୍ରାରେ ରଙ୍ଗସଭା: କମାଲ କଲେ ସତ୍ୟଜିତ

ମଥୁରା ନଗରୀ,୨୭।୧୨:ବରଗଡ଼ ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଚାଲିଥିବା ବାଲ ଧନୁଯାତ୍ରାର ଦ୍ବିତୀୟ ଦିବସରେ ମହାରାଜ କଂସଙ୍କ ଦରବାରରେ ରଙ୍ଗସଭା ଅନୁଷ୍ଠିତ ହୋଇଥିଲା। ଏହି...

ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟ ନିର୍ବାଚନ କମିଶନର, ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି କୋଣାର୍କ ଯିବେ

ଭୁବନେଶ୍ବର,୨୭/୧୨: ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ରହିଥିବା ବେଳେ ସେ ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି । ଆଜି ପୁରୀରେ...

କ୍ରିକେଟ୍‌ ଖେଳୁଥିଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ, ହଠାତ୍‌ ଟଳିପଡ଼ିଲେ: ଆଉ ତା’ପରେ…

ଟିଟିଲାଗଡ଼,୨୮ା୧୨(ଶରତ ମିଶ୍ର):ଟିଟିଲାଗଡ଼ ଖେଳପଡିଆରେ ଶୁକ୍ରବାର କ୍ରିକେଟ୍‌ ଖେଳୁଥିବା ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ଅଧୀନ ହାଇସ୍କୁଲପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri