ଭଦ୍ରକ ଅଫିସ, ୨୫ା୭: ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଶନିବାର ୩ଟି ବ୍ୟାଙ୍କକୁ ସିଲ୍ କରାଯାଇଛି। କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବା ପରେ ବ୍ୟାଙ୍କକୁ ବିଶୋଧନ କରିବା ଲାଗି ଏହି ସିଲ୍ କରାଯାଇଥିବା କୁହାଯାଇଛି। ଡାହାଣୀଗଡ଼ିଆ ଛକ ସ୍ଥିତ ଆଇସିଆଇସିଆଇ ଓ ବାଇପାସ୍ ସ୍ଥିତ ଏଚ୍ଡିଏଫ୍ସି ଓ ବ୍ୟାଙ୍କ ଅଫ୍ ବରୋଦାକୁ ସିଲ୍ କରାଯାଇଛି। ଏନେଇ ଭଦ୍ରକ ଜିଲାପାଳ ଟୁଇଟ କରି ସୂଚନା ଦେଇଛନ୍ତି।