ଶ୍ମଶାନରେ ୩ ଭାଲୁ, ଜଗି ରହିଛି ବନ ବିଭାଗ

ନନ୍ଦାହାଣ୍ଡି, ୬।୮(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଦହଣା ପଞ୍ଚାୟତରେ ଭାଲୁ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୩ଟି ଭାଲୁ ଦହଣା ଗ୍ରାମ ମୁଖ୍ୟ ରାସ୍ତା ପାର୍ଶ୍ୱସ୍ଥ ଶ୍ମଶାନରେ ଥିବା ଏକ ଘରେ ପଶି ରହିଛନ୍ତି। ସ୍ଥାନୀୟ ଲୋକେ ଏ ନେଇ ନବରଙ୍ଗପୁର ଜିଲା ରେଞ୍ଜରଙ୍କୁ ଖବର ଦେଇଥିଲେ। ସେ ତୁରନ୍ତ ବନ ବିଭାଗ କର୍ମଚାରୀଙ୍କୁ ଧରି ଭାଲଙ୍କୁ ଆୟତ୍ତ କରିବାକୁ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ଆଖପାଖ ସ୍ଥାନରେ ଯନ୍ତା ଏବଂ ଜାଲ ଲଗେଇ ଭାଲୁକୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି। ଭାଲୁମାନେ ଘରୁ ବାହାରୁ ନ ଥିବାରୁ ଯନ୍ତାରେ ପାଚିଲା ପଣସ, ମହୁଲ ଓ ଗୁଡ଼ ରଖି ଧରିବାକୁ ଚେଷ୍ଟା ଚାଲିଛି ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଘଟଣାସ୍ଥଳରେ ଜିଲା ବନ ଅଧିକାରୀ ଏବଂ ରେଞ୍ଜର ଉପସ୍ଥିତ ଅଛନ୍ତି। ସୂଚନାଯୋଗ୍ୟ, କିଛିଦିନ ତଳେ ଖ୍ରୀଷ୍ଟମାଗୁଡା ଏବଂ ଅଣ୍ଟାଶର ଗ୍ରାମରେ ଦିନ ଦ୍ବିପ୍ରହରରେ ଭାଲୁ ପଶିଥିଲା। ବନ ବିଭାଗ କର୍ମଚାରୀ ଭାଲୁକୁ ଜଗି ରହିଥିବା ବେଳେ ସେ ଚକ୍‌ମା ଦେଇ ଜଙ୍ଗଲ ଭିତରକୁ ପଳାଇଥିଲା।

Share