Categories: ଜାତୀୟ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ପୋଲିସକର୍ମୀଙ୍କ ଜୀବନ

ହାଇଦ୍ରାବାଦ,୨୪।୭: ଆନ୍ଧ୍ରପ୍ରଦେଶର ଚିତ୍ତୋର ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ତିନିଜଣ ବେଙ୍ଗାଲୁରୁ ପୋଲିସ ମୃତ୍ୟୁବରଣ କରିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଏହି ସମସ୍ତ ପୋଲିସ ଆନ୍ଧ୍ରପ୍ରଦେଶରେ ଡ୍ରଗ୍ସ ଚୋରା ଚାଲାଣକାରୀଙ୍କ ସନ୍ଧାନରେ ଯାଇଥିଲେ। କର୍ନାଟକ ଗୃହମନ୍ତ୍ରୀ ଅରାଗା ଜ୍ଞାନେନ୍ଦ୍ର ଏହି ଘଟଣାକୁ ନିଶ୍ଚିତ କରି କହିଛନ୍ତି ଯେ, ବେଙ୍ଗାଲୁରୁର ଶିବାଜୀନଗର ପୋଲିସ ଷ୍ଟେଶନରେ ଏହି ୩ ପୋଲିସ କର୍ମଚାରୀଙ୍କୁ ପୋଷ୍ଟ କରାଯାଇଥିଲା।
ସୂଚନାଯୋଗ୍ୟ, ପୋଲିସ କର୍ମଚାରୀଙ୍କ କାର ଏକ ରୋଡ ଡିଭାଇଡର୍‌ ଭିତରକୁ ପଶିଯିବାରୁ ଏହି ଦୁର୍ଘଟଣା ଘଟିଥିଲା।

Share