Posted inଜାତୀୟ

ମାଧବୀଙ୍କ ନାଁରେ ଆସିଲା ୩ ବଡ଼ ଅଭିଯୋଗ

ନୂଆଦିଲ୍ଲୀ,୧୨ା୮:ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍‌ଙ୍କ ବିରୋଧରେ ଆମେରିକୀୟ ଶର୍ଟ ସେଲର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ପକ୍ଷରୁ ଅନେକ ଅଭିଯୋଗ ଅଣାଯାଇଛି।

ନଂ.୧: ୨୦୨୨ ମାର୍ଚ୍ଚ ୧୭ରେ ମାଧବୀ ପୁରୀ ବୁଚ୍‌ ସେବି ଅଧ୍ୟକ୍ଷା ଭାବେ ନିଯୁକ୍ତ ହୋଇଥିଲେ। ଏହାର କିଛି ସପ୍ତାହ ପୂର୍ବରୁ ତାଙ୍କ ସ୍ବାମୀ ଧବଳ ବୁଚ୍‌ ମରିସସ୍‌ ଫଣ୍ଡ୍‌ ଆଡ୍‌ମିନିଷ୍ଟ୍ରେଟର ଟ୍ରାଇଡେଣ୍ଟ ଟ୍ରଷ୍ଟକୁ ଏକ ପତ୍ର ଲେଖିଥିଲେ। ସ୍ତ୍ରୀଙ୍କ ନାମରେ ଥିବା ଆକାଉଣ୍ଟଗୁଡ଼ିକର ପରିଚାଳନା ନିମନ୍ତେ ତାଙ୍କୁ ଏକମାତ୍ର ଅଧିକୃତ ବ୍ୟକ୍ତି ରୂପେ ସ୍ବୀକୃତି ପ୍ରଦାନ କରିବାକୁ ସେ ଏଥିରେ ନିବେଦନ କରିଥିଲେ। ୨୦୧୭ ଏପ୍ରିଲରେ ମାଧବୀ ସେବିର ପୂର୍ଣ୍ଣକାଳୀନ ସଦସ୍ୟ ନିଯୁକ୍ତ ହୋଇଥିଲେ। ୨୦୧୮ ଫେବୃଆରୀରେ ଦୁହେଁ ଦରିଆପାରି କମ୍ପାନୀଗୁଡ଼ିକରେ ଥିବା ନିଜ ଶେୟାର ୟୁନିଟ୍‌ଗୁଡ଼ିକୁ ବିକ୍ରି କରି ଅର୍ଥ ଉଠାଣ ପାଇଁ ଦାବି କରିଥିଲେ।
ନଂ.୨: ୨୦୧୭ ଏପ୍ରିଲରୁ ମାଧବୀ ସେବିର ପୂର୍ଣ୍ଣକାଳୀନ ସଦସ୍ୟା ଥିବାବେଳେ ୨୦୨୨ ମାର୍ଚ୍ଚରେ ଏହାର ଅଧ୍ୟକ୍ଷ ପଦ ଗ୍ରହଣ କରିଥିଲେ। ସିଙ୍ଗାପୁରର ଏକ କନ୍‌ସଲ୍ଟିଂ ଫାର୍ମରେ ମାଧବୀଙ୍କ ୧୦୦ ପ୍ରତିଶତ ଅଂଶଧନ ଥିଲା। ୨୦୨୨ ମାର୍ଚ୍ଚ ୧୬ରେ ଚେୟାରପର୍ସନ ନିଯୁକ୍ତ ହେବାର ୨ ସପ୍ତାହ ପୂର୍ବରୁ ସେ ଉକ୍ତ କମ୍ପାନୀରେ ଥିବା ନିଜ ସମସ୍ତ ଶେୟାରକୁ ସ୍ବାମୀଙ୍କୁ ହସ୍ତାନ୍ତର କରିଥିଲେ। ଏହି କମ୍ପାନୀ ଆଦାନୀ ଗ୍ରୁପ୍‌ ସହ ସମ୍ପୃକ୍ତ ଥିବାରୁ ଗୌତମ ଆଦାନୀଙ୍କ ବିରୋଧରେ ମାଧବୀ କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲେ। ସିଙ୍ଗାପୁରର କମ୍ପାନୀଗୁଡ଼ିକୁ ଫାଇନାନ୍ସିଆଲ ଷ୍ଟେଟ୍‌ମେଣ୍ଟ ମଗାଯାଇପାରିବ ନାହିଁ। ତେଣୁ ଉକ୍ତ କମ୍ପାନୀ କନ୍‌ସଲ୍ଟିଂ ବିଜ୍‌ନେସରେ କାହାଠାରୁ କେତେ ଅର୍ଥ ଲାଭ କରିଛି, ତାହା ସ୍ପଷ୍ଟ ହୋଇପାରିବ ନାହିଁ। ସିଙ୍ଗାପୁରରେ ଥିବା ଭାରତୀୟ କନ୍‌ସଲ୍ଟିଂ ଫାର୍ମ ଅଗୋରା ଆଡ୍‌ଭାଇଜରିର ୧୦୦% ଶେୟାର ଏବେ ମଧ୍ୟ ମାଧବୀଙ୍କ ନିକଟରେ ରହିଛି। ତାଙ୍କ ସ୍ବାମୀ ଧବଳ ବୁଚ୍‌ ଏହାର ଡାଇରେକ୍ଟର ରହିଛନ୍ତି।
ନଂ.୩: ମାଧବୀ ସେବି ସଦସ୍ୟା ଥିବାବେଳେ ଧବଳ ବ୍ଲାକ୍‌ଷ୍ଟୋନ୍‌ରେ ବରିଷ୍ଠ ପରାମର୍ଶଦାତା ନିଯୁକ୍ତ ହୋଇଥିଲେ। ବ୍ଲାକ୍‌ଷ୍ଟୋନ୍‌ ହେଉଛି ଆସେଟ୍‌ କ୍ଲାସ୍‌ ଆର୍‌ଇଆଇଟିଏସ୍‌ର ଅନ୍ୟତମ ବୃହତ୍‌ ନିବେଶକ ଓ ପୃଷ୍ଠପୋଷକ। ଧବଳ ବ୍ଲାକ୍‌ଷ୍ଟୋନ୍‌ରେ ଆଡ୍‌ଭାଇଜର ଥିବା ସମୟରେ ଆର୍‌ଇଆଇଟିର ଅନେକ ନିୟମରେ ପରିବର୍ତ୍ତନ ପାଇଁ ସେବି ପ୍ରସ୍ତାବ ଦେବା ସହ ଅନୁମୋଦନ କରିଥିଲା। ସେଥିରୁ ବ୍ଲାକ୍‌ଷ୍ଟୋନ୍‌ ଭଳି ଘରୋଇ ଇକ୍ୱିଟି ଫାର୍ମ ଲାଭାନ୍ବିତ ହୋଇଥିଲା। ଏହା ପୂର୍ବରୁ ଧବଳଙ୍କ କୌଣସି ଫଣ୍ଡ୍‌, ରିୟଲ ଇଷ୍ଟେଟ୍‌ କିମ୍ବା ପୁଞ୍ଜି ବଜାରରେ ଅଭିଜ୍ଞତା ନ ଥାଇ ମଧ୍ୟ ଏହି ନିଯୁକ୍ତି ଦିଆଯିବା ପଛ କାରଣ କ’ଣ ବୋଲି ହିଣ୍ଡେନ୍‌ବର୍ଗ ରିପୋର୍ଟରେ ପ୍ରଶ୍ନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଛ ପ୍ରଚାର କରିବାରେ ଅମିତ ଶାହା ସବୁଠୁ ଆଗରେ: ଖାର୍ଗେ

ନୂଆଦିଲ୍ଲୀ, ୨୧।୯: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଜମ୍ମୁରେ ପହଞ୍ଚିଛନ୍ତି। ସେ ଜମ୍ମୁ କଶ୍ମୀରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଦଳର ପ୍ରାର୍ଥୀ ତାରା ଚାନ୍ଦଙ୍କ ପାଇଁ...

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୟ କରୁଛି ପାକିସ୍ତାନ: କାହିଁକି ଏମିତି କହିଲେ ଅମିତ ଶାହା

ଶ୍ରୀନଗର,୨୧।୯: ଜମ୍ମୁ କଶ୍ମୀରର ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ଜୋରଦାର ପ୍ରଚାର କରୁଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର ମେହେନ୍ଦରରେ ପହଞ୍ଚିଛନ୍ତି।...

ଅମର ପ୍ରୀତ୍ ସିଂହ ହେବେ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ,୨୧ା୯: ଅମର ପ୍ରୀତ୍‌ ସିଂହ ହେବେ ନୂଆ ବାୟୁସେନା ମୁଖ୍ୟ। ଏୟାର ମାର୍ଶଲ ଅମର ପ୍ରୀତ୍ ଏବେ ବାୟୁସେନା ଉପମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି। ସରକାର...

ମୁଖ୍ୟମନ୍ତ୍ରୀ ଅସୁସ୍ଥ

ଶିମଲା,୨୧।୯: ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଅସୁସ୍ଥ ହୋଇପଡିଛନ୍ତି। ସେ ଶିମଲା ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଚନ୍ତି।...

ଏହି ରାଜ୍ୟରେ ପ୍ରବେଶ କଲେ ୯୦୦ ଆତଙ୍କବାଦୀ! ସୁରକ୍ଷାକୁ ନେଇ ବଢିଲା ଚିନ୍ତା

ଇମ୍ଫାଲ,୨୧।୯: ମ୍ୟାନମାରରୁ ପ୍ରାୟ ୯୦୦ ଆତଙ୍କବାଦୀ ମଣିପୁରରେ ପ୍ରବେଶ କରିଥିଲେ। ଏହା ଦେଶର ସୁରକ୍ଷା ଭଙ୍ଗ କରିବାକୁ ପ୍ରସ୍ତୁତି ବୋଲଇ କୁହାଯାଉଛି। ଗୁପ୍ତଚର ରିପୋର୍ଟ ଆଧାରରେ...

ଦକ୍ଷିଣରୁ ଗୋରଖନାଥ ମନ୍ଦିର ଆସିଲେ ଭବାନୀ-ଭୋଲୁ

ଲକ୍ଷ୍ନୌ,୨୧।୯: ଆନ୍ଧ୍ରପ୍ରଦେଶର ୟେଲେଶ୍ୱରମରେ ଥିବା ଗୋଶାଳାରୁ ଗୋରଖନାଥ ମନ୍ଦିରକୁ ନାଦିପଥି କ୍ଷୁଦ୍ର ପ୍ରଜାତିର (ଗୋଟିଏ ଗାଈ ଏବଂ ଗୋଟିଏ ବାଛୁରୀ) ଶନିବାର ଅଣାଯାଇଛି। ଏମାନେ ଆସିବା...

ମନ୍ଦିର ଟ୍ରଷ୍ଟ ଦେଲା ବଡ଼ ସୂଚନା, କହିଲା ଲଡୁରେ ପବିତ୍ରତା ରହିଛି

ହାଇଦ୍ରାବାଦ,୨୧ା୯: ତିରୁପତି ବାଲାଜୀଙ୍କ ପ୍ରସାଦ ଲଡୁ  ପୁଣି ଉପଲବ୍ଧ। ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ମନ୍ଦିର ଟ୍ରଷ୍ଟ କହିଛି ପ୍ରସାଦ ଲଡୁରେ ପବିତ୍ରତା...

‘ସରକାରୀ ନିୟନ୍ତ୍ରଣରୁ ମୁକ୍ତ ହେଉ ହିନ୍ଦୁ ମନ୍ଦିର’

ହାଇଦ୍ରାବାଦ,୨୧ା୯: ତିରୁପତି ମନ୍ଦିରର ପ୍ରସାଦ ଲଡୁରେ ପଶୁ ଚର୍ବି ମିଶ୍ରଣ ପ୍ରସଙ୍ଗ ବୃଦ୍ଧି ପାଇବାରେ ଲାଗିଛି। ଅନେକ ରାଜନୈତିକ ଦଳ ଏହି ପ୍ରସଙ୍ଗରେ କ୍ରୋଧ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri