Categories: ଖେଳ

ମାତ୍ର ୧୫ ବଲ୍‌ରେ ୩ ବଡ଼ ରେକର୍ଡ

ଥିରୁଭାନନ୍ତପୁରମ,୨୯।୯: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ଦ୍ରୁତ ଅର୍ଶଦୀପ ସିଂ ଏବଂ ଦୀପକ ଚହର ପ୍ରଭାବଶାଳୀ ବୋଲିଂ କରିଥିଲେ। ମ୍ୟାଚ ଆରମ୍ଭର ୧୫ ବଲ ମଧ୍ୟରେ ଦକ୍ଷିଣ ଆଫ୍ରିକାର ଅଧା ଦଳକୁ ପାଭିଲିୟନକୁ ପଠାଇଥିଲେ।
ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକାର ପାଞ୍ଚଟି ଉଇକେଟ ମାତ୍ର ନଅ ରନ୍‌ରେ ହରାଇଥିଲା।
ଭାରତୀୟ ବୋଲରମାନେ ପଞ୍ଚମଥର ପାଇଁ ଟି-୨୦ ମ୍ୟାଚରେ ପାୱାରପ୍ଲେରେ ପାଞ୍ଚଟି ଉଇକେଟ ନେଇଥିଲେ। ୨୦୦୭ରେ ଭାରତ ପ୍ରଥମ ଥର ପାଇଁ ଏହା କରିଥିଲା ଏବଂ ସେତେବେଳେ ବିରୋଧୀ ଦଳ ଦକ୍ଷିଣ ଆଫ୍ରିକା ଥିଲା। ସେହିଥର ଦକ୍ଷିଣ ଆଫ୍ରିକା ପାୱାରପ୍ଲେରେ ୩୧ ରନ ସ୍କୋର କରିବା ପରେ ପାଞ୍ଚଟି ଉଇକେଟ ହରାଇଥିଲା। ଏହା ପରେ, ୨୦୧୬ରେ ଭାରତ ୨୯ ରନରେ ଶ୍ରୀଲଙ୍କାର ପାଞ୍ଚଟି ଉଇକେଟ ନେଇଥିଲା। ଏଥି ସହିତ ୨୦୧୯ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ୩୩ ରନ ପାଇଁ ପାଞ୍ଚଟି ଉଇକେଟ ନେଇଥିଲା। ସେହି ବର୍ଷ ଏସିଆ କପରେ ଭାରତ ଆଫଗାନିସ୍ତାନ ବିପକ୍ଷରେ ପାଞ୍ଚ ଉଇକେଟ ନେଇ ୨୧ ରନ ଦେଇଥିଲା। ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ବିପକ୍ଷ ପାୱାରପ୍ଲେରେ ୩୦ ରନ ଦେଇ ପାଞ୍ଚଟି ଉଇକେଟ ନେଇଛି ଭାରତ।

ଦକ୍ଷିଣ ଆଫ୍ରିକା ଭାରତ ବିପକ୍ଷରେ ସର୍ବନିମ୍ନ ସ୍କୋରରେ ପାଞ୍ଚଟି ଉଇକେଟ ହରାଇବାରେ ପ୍ରଥମ ଦଳ ହୋଇପାରିଛି। ଦକ୍ଷିଣ ଆଫ୍ରିକା ଏହି ମ୍ୟାଚରେ ମାତ୍ର ୯ ରନ୍‌ରେ ୫ ଉଇକେଟ୍‌ ହରାଇଥିଲା। ଏହା ପୂର୍ବରୁ ଆଫଗାନିସ୍ତାନ ଏସିଆ କପରେ ଭାରତ ବିପକ୍ଷରେ ୨୦ ରନ୍‌ରେ ପାଞ୍ଚଟି ଉଇକେଟ ହରାଇଥିଲା। ଏଥି ସହିତ, ୨୦୧୬ରେ ଶ୍ରୀଲଙ୍କା ମାତ୍ର ୧୬ ରନ ସ୍କୋର କରିବା ପରେ ପାଞ୍ଚଟି ଉଇକେଟ ହରାଇଥିଲା।
ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକା ଦଳର ଅଧା ଦଳ ମାତ୍ର ୯ ରନରେ ପାଭିଲିୟନକୁ ଫେରିଥିଲେ। ଟି-୨୦ରେ ଦକ୍ଷିଣ ଆଫ୍ରିକା ୫ ଉଇକେଟ ହରାଇ ଏହା ସର୍ବନିମ୍ନ ସ୍କୋର। ୨୦୦୭ରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଆଫ୍ରିକୀୟ ଦଳ ୧୦ ରନରେ ପାଞ୍ଚଟି ଉଇକେଟ ହରାଇଥିଲା। ଏଥି ସହିତ, ୨୦୦୭ ରେ ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକା ୩୧ ରନ ସ୍କୋର କରିବା ପାଞ୍ଚଟି ଉଇକେଟ ହରାଇଥିଲା।

Share