ଆର୍ଥିକ ସଙ୍କଟରୁ ମୁକ୍ତି ପାଇଁ ୬ ମାସରେ ଆବଶ୍ୟକ ୩ ବିଲିୟନ୍‌ ଡଲାର, ଅର୍ଥମନ୍ତ୍ରୀଙ୍କ ସୂଚନା…

କଲମ୍ବୋ, ୯।୪ : ଶ୍ରୀଲଙ୍କାରେ ଉତ୍କଟ ଆର୍ଥିକ ଜାରି ରହିଛି। ଏଥିରୁ ମୁକ୍ତି ଲାଗି ଆସନ୍ତା ୬ ମାସ ମଧ୍ୟରେ ୩ ବିଲିୟନ୍‌ ଡଲାର ଆବଶ୍ୟକ ବୋଲି ଅର୍ଥମନ୍ତ୍ରୀ ଆଲି ସାବ୍ରେ ଶନିବାର ଗଣମାଧ୍ୟମ ସଂସ୍ଥା ରଏଟରର୍ସକୁୂ ସୂଚନା ଦେଇଛନ୍ତି। ଦେଶର ୨୨ ନିୟୁତରୁ ଅଧିକ ଲୋକ ଏହାଯୋଗୁ ପ୍ରଭାବିତ ହୋଇଥିବା ସେ କହିଛନ୍ତି।

ଆର୍ଥିକ ସହାୟତା ଯୋଗାଇ ଦେବାନେଇ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ସହିତ ଆଲୋଚନା ଜାରି ରହିଥିବା ଅର୍ଥମନ୍ତ୍ରୀ କହିଛନ୍ତି। ଦେଶ ଉପରେ ୧୨.୫୫ ବିଲିୟନ ଡଲାର ରଣ ଭାର ରହିଛି।

ସେହିପରି ମାର୍ଚ୍ଚ ଶେଷ ସୁଦ୍ଧା ବିଦେଶୀ ମୁଦ୍ରା ଭଣ୍ଡାର ପରିମାଣ ୧.୯୩ ବିଲିୟନ୍‌ ଡଲାରରେ ପହଞ୍ଚିଥିଲା। ଏଥିରେ ୭୦ ପ୍ରତିଶତ ହ୍ରାସ ଘଟିଥିବା ସେ କହିଛନ୍ତି।

Share