ପଦ୍ମପୁର,୨୮ା୧୧(ଡି.ଏନ୍.ଏ.): ବର୍ତ୍ତମାନ ପଦ୍ମପୁର ଉପନିର୍ବାଚନ ପାଇଁ ମାହୋଲ ସରଗରମ ଥିବା ବେଳେ ସୋମବାର ସକାଳୁ ପଦ୍ମପୁର ସହରରେ ରହୁଥିବା ତିନି ବିଜେଡି କର୍ମୀ ମହମ୍ମଦ ସାଜିଦ, ମାନଭଞ୍ଜନ ସାହୁ ଓ ଗଜୁ ଅଗ୍ରଓ୍ବାଲଙ୍କ ଘର ସମେତ ସେମାନଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଆୟକର ବିଭାଗ କେନ୍ଦ୍ରୀୟ ଟିମ୍ର ଚଢ଼ାଉ ପକ୍ଷରୁ ଚଢ଼ାଉ ଜାରି ରହିଛି। ବାହାରେ ଶସସ୍ତ୍ର ପୋଲିସ ବାହିନୀ ମୁତୟନ ରହିଛନ୍ତି। କେଉଁ କାରଣରୁ ଚଢ଼ାଉ କରାଯାଉଛି ତାହା ଜଣାପଡ଼ିନାହିଁ।