Categories: ଜାତୀୟ

ଗଡସେଙ୍କ ମନ୍ତବ୍ୟ ଉପରେ ୧୦ ଦିନ ମଧ୍ୟରେ ୩ ଭାଜପା ନେତାଙ୍କଠାରୁ ଜବାବ ମାଗିଲେ ଶାହ

ନୂଆଦିଲ୍ଲୀ,୧୭।୫: ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ନେଇ ରାଜନେତା କମଲ ହାସନଙ୍କ ବିବାଦୀୟ ବୟାନ ପରେ ରାଜନୀତି ହୋଇଛି ସରଗରମ। କମଲ ହାସନ ଗଡସେଙ୍କୁ ହିନ୍ଦୁ ଆତଙ୍କବାଦୀ କହିବା ପରେ ଭାଜପା ନେତ୍ରୀ ସାଧ୍ୱୀ ପ୍ରଜ୍ଞା ଠାକୁର କହିଥିଲେ ଗଡସେ ଜଣେ ଦେଶଭକ୍ତ। ଏହାପରେ ପ୍ରଜ୍ଞାଙ୍କର ଏହି ବୟାନକୁ ନେଇ ସେ କ୍ଷମା ମାଗନ୍ତୁ ବୋଲି ଦାବି ହୋଇଥିଲା। ଏହାପରେ କେନ୍ଦ୍ର ମନ୍ତ୍ରୀ ଅନନ୍ତ କୁମାର ହେଗଡେ ଓ ନଳିନୀ କୁମାର କାଟିଲ ମଧ୍ୟ ହେଗଡେଙ୍କୁ ନେଇ ବିବାଦୀୟ ବୟାନ ଦେଉଛନ୍ତି। କାଟିଲ ତ ହେଗଡେ ଓ ଆତଙ୍କବାଦୀ କଷାବଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସହ ତୁଳନା କରିଛନ୍ତି। ଏଭଳି ମନ୍ତବ୍ୟ ପରେ ଭାଜପା ଅଧ୍ୟକ୍ଷ ଅମିତ ଶାହ ଏହି ୩ ଭାଜପା ନେତାଙ୍କଠାରୁ ୧୦ ଦିନ ମଧ୍ୟରେ ଜବାବ ମାଗିଛନ୍ତି। ନଚେତ୍‌ ତାଙ୍କୁ ଭାଜପାର ଅନୁସାଶନ କମିଟିକୁ ସାମ୍ନା କରିବାକୁ ପଡିବ ବୋଲି ଶାହ କହିଛନ୍ତି।

Share