ସ୍କୁଲ ନିକଟରେ ବିସ୍ଫୋରଣ: ୬ ମୃତ, ଅନେକ ଆହତ

କାବୁଲ,୧୯।୪:ଆଫଗାନିସ୍ତାନର ରାଜଧାନୀ କାବୁଲରେ ଏକ ଟ୍ରେନିଂ କେନ୍ଦ୍ର ଏବଂ ସ୍କୁଲ ନିକଟରେ ଆକ୍ରମଣ କରାଯାଇଛି। ଶିଆ ସମ୍ପ୍ରଦାୟକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଛି। ଏହି ବିସ୍ଫୋରଣରେ ଏପର୍ଯ୍ୟନ୍ତ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଲୋକେ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ସ୍କୁଲରେ ପିଲାମାନେ ଅଧ୍ୟୟନ ପାଇଁ ସେମାନଙ୍କ ଶ୍ରେଣୀକୁ ଯାଉଥିବାବେଳେ ଏହି ବିସ୍ଫୋରଣ ଘଟିଥିଲା। ଅବଦୁଲ ରହୀମ ଶହୀଦ ଉଚ୍ଚ ବିଦ୍ୟାଳୟ ନିକଟରେ ଏହି ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣକୁ ନିଶ୍ଚିତ କରି ଆଫଗାନିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ କହିଛି, ଘଟଣାର ତଦନ୍ତ ଆରମ୍ଭ ହୋଇଛି ଏବଂ ପରେ ସବିଶେଷ ତଥ୍ୟ ଶେୟାର କରାଯିବ।
କାବୁଲ ପୋଲିସର ମୁଖପାତ୍ର ଖାଲିଦ ଜାଦ୍‌ରାନ ଟୁଇଟ୍‌ରରେ କହିଛନ୍ତି, ଅବଦୁଲ ରହୀମ ସହିଦ ଉଚ୍ଚ ବିଦ୍ୟାଳୟରେ ଏହି ବିସ୍ଫୋରଣ ଘଟିଛି ଏବଂ ଏଥିରେ ଆମର ଅନେକ ଶିଆ ଭାଇଙ୍କର ମୃତ୍ୟୁ ଘଟିଛି।

Share