ଦକ୍ଷିଣ ମୋଡ଼ ନେଲେ ୩ ରଥ

ପୁରୀ,୧୯।୬: ରାତି ପାହିଲେ ବିଶ୍ୱ ପ୍ରସିଦ୍ଧ ଗୁଣ୍ଡିଚା ଯାତ୍ରା। ରଥ, ପଥ ପ୍ରସ୍ତୁତ। ଅପେକ୍ଷା ୩ ଠାକୁରଙ୍କୁ। ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ପ୍ରବଳ ଜନ ସମାଗମ ହେଲାଣି। ସୋମବାର ଶ୍ରୀଜିଉଙ୍କ ନବ ଯୌବନ ଦର୍ଶନ ଶେଷ ହୋଇଛି। ପରେ ରଥଯାତ୍ରା ପାଇଁ ଶ୍ରୀମନ୍ଦିରରେ ନୀତି ନିର୍ଘଣ୍ଟ ଅନୁସାରେ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି।ତିନି ରଥକୁ ଦକ୍ଷିଣ ମୋଡ଼ କରାଯାଇ ସିଂହଦାର ସମ୍ମୁଖକୁ ଅଣା ଯାଇଛି। ଏହା ଆଗରୁ ତିନି ରଥରେ ଆଜ୍ଞାମାଳ ବିଜେ ହୋଇଥିଲା। ଏହା ପରେ ପ୍ରଥମେ ନନ୍ଦିଘୋଷ ରଥ ତା ପରେ ଦର୍ପଦଳନ ଏବଂ ଶେଷରେ ତାଳଧ୍ୱଜ ରଥ ସିଂହଦାର ସମ୍ମୁଖରେ ଲାଗିଛି।

Share