ଭୁବନେଶ୍ୱର,୧୬।୪(ବ୍ୟୁରୋ): ରାଜ୍ୟରେ ଆଗାମୀ ୩ ଦିନ ମଧ୍ୟରେ ଦିନ ତାପମାତ୍ରା ଅନେକ ସ୍ଥାନରେ ୨ ରୁ ୩ ଡିଗ୍ରୀ ଯାଏ ତଳକୁ ଖସିବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ଅନୁଯାୟୀ, ଆଜି ଦିନ ୨ଟା ୩୦ ସୁଦ୍ଧା ସମ୍ବଲପୁରରେ ୪୨.୨ ଡିଗ୍ରୀ,
ଝାରସୁଗୁଡାରେ ୪୧.୬, ହୀରାକୁଦରେ ୪୦.୨ ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ୱରରେ ୩୯.୨, ବାଲେଶ୍ୱରରେ ୩୮.୨, କେନ୍ଦୁଝରରେ ୩୭.୮ ଡିଗ୍ରୀ ରହିଛି। ସେହିପରି ଚାନ୍ଦବାଲିରେ ୩୭.୦, ପୁରୀରେ ୩୩.୬, ଗୋପାଳପୁରରେ ୩୩.୪ ଏବଂ ପାରାଦୀପରେ ୩୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ଆଜି ଦିନ 2 ଟା 30 ସୁଦ୍ଧା ରେକର୍ଡ ତାପମାତ୍ରା
ସମ୍ବଲପୁର: 42.2°C
ଝାରସୁଗୁଡା : 41.6°C
ହୀରାକୁଦ: 40.2°C
ଭୁବନେଶ୍ୱର: 39.2
ବାଲେଶ୍ୱର: 38.2°C
କେନ୍ଦୁଝର: 37.8°C
ଚାନ୍ଦବାଲି: 37.0°C
ପୁରୀ: 33.6°C
ଗୋପାଳପୁର:33.4°C
ପାରାଦ୍ୱୀପ:32.2°C— Meteorological Centre, Bhubaneswar (@mcbbsr) April 16, 2023