୪୦ ଡିଗ୍ରୀ ଉପରେ ୩ ସହର, ସମ୍ବଲପୁରରେ ସର୍ବାଧିକ

ଭୁବନେଶ୍ୱର,୧୧।୫(ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଅସହ୍ୟ ତାତି। ସକାଳ ୯ଟାରୁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ତେବେ ଦିନ ୨ ଟା ୩୦ ସୁଦ୍ଧା ୩ ସହରରେ ୪୦ଡିଗ୍ରୀ ଉପରେ ତାପମାତ୍ରା ରହିଛି। ସମ୍ବଲପୁର ୪୩.୨ ଡିଗ୍ରୀ, ଝାରସୁଗୁଡାରେ ୪୨.୪ ଡିଗ୍ରୀ, ହୀରାକୁଦରେ ୪୧.୬ ଡିଗ୍ରୀ ରେକର୍ଡ କରାଯାଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବରୁ ସୂଚନା ଦିଆଯାଇଛି। ସେହିପରି କେନ୍ଦୁଝରରେ ୩୭.୮ ଡିଗ୍ରୀ, ଭୁବନେଶ୍ୱରରେ ୩୭.୦ ଡିଗ୍ରୀ, ଚାନ୍ଦବାଲିରେ ୩୬.୮ ଡିଗ୍ରୀ, ବାଲେଶ୍ୱରରେ ୩୩.୪ ଡିଗ୍ରୀ, ଗୋପାଳପୁରରେ ୩୩.୦ ଡିଗ୍ରୀ, ପାରାଦ୍ୱୀପରେ ୩୩.୦ ଡିଗ୍ରୀ ଏବଂ ପୁରୀରେ ୩୨.୬ ଡିଗ୍ରୀ ରହିଛି।

ଅନ୍ୟପଟେ ପାଣିପାଗ ବିଭାଗ ଅନୁଯାୟୀ, ଆଗାମୀ ୪ଦିନ ଯାଏ ରାଜ୍ୟରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତନର ସମ୍ଭାବନା ଥିବାବେଳେ ପରବର୍ତ୍ତୀ ସମୟରେ ଏଥିରେ ବୃଦ୍ଧି ସମ୍ଭାବନା ରହିଛି। ସେହିପରି ଆଗାମୀ ୫ ଦିନ ଯାଏ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ୪୦ ଡିଗ୍ରୀ କିମ୍ବା ଅଧିକ ତାପମାତ୍ରା ରେକର୍ଡ ସହ ଅସ୍ବାଭାବିକ ପାଣିପାଗ ଅନୁଭୂତ ହେବାର ସମ୍ଭାବନା ରହିଛି।

Share