ଏବେଠୁ ରାଜ୍ୟରେ ପାରଦ ଉପରମୁହାଁ: ୪୦ ଡିଗ୍ରୀ ଉପରେ ୩ ସହର

ଭୁବନେଶ୍ୱର,୧୬ା୩(ବ୍ୟୁରୋ)-ରାଜ୍ୟରେ ଆରମ୍ଭ ହୋଇଛି ପ୍ରବଳ ଗ୍ରୀଷ୍ମ ପ୍ରବାହ। ଦିନକୁ ଦିନ ତାପମାତ୍ରା ବୃଦ୍ଧି ସହିତ ପ୍ରବଳ ଉତ୍ତାପ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ବୁଧବାର ରାଜ୍ୟର ୩ଟି ସହରରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଥିବା ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ବଲାଙ୍ଗୀର ୪୦.୫ ଡିଗ୍ରୀ ସେଲସିୟସ ସହ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ସେହିଭଳି ଟିଟିଲାଗଡ ୪୦.୨ ଏବଂ ଅନୁଗୋଳରେ ପାରଦ ୪୦ ଡିଗ୍ରୀ, ବାରିପଦାର ସର୍ବୋଚ୍ଚ ତାପମାତ୍ରା ୩୯.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଝାସୁଗୁଡା ୩୯.୬, ସମ୍ବଲପୁର ୩୯, ସୋନପୁର ୩୯, ବୌଦ୍ଧ ୩୯, ଭଦ୍ରକ ୩୮.୨, ଯାଜପୁର ୩୮.୨, ଭବାନୀପାଯଣା ୩୮.୫, ତାଳଚେର ୩୮, ହୀରାକୁଦ ୩୮.୧, ସୁନ୍ଦରଗଡ ୩୮, କଟକ ୩୮, ଏବଂ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୩୭.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

Share