ଭୁବନେଶ୍ୱର,୪।୪(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସୋମବାର ୪୨ ଡିଗ୍ରୀ ଉପରେ ୩ ସହର ତାପମାତ୍ରା ରେକର୍ଡ କରାଯାଇଛି। ବଲାଙ୍ଗୀର ୪୨.୬, ଟିଟିଲାଗଡ ୪୨.୫ ଏବଂ ବୌଦ୍ଧରୁ ୪୨ ଡିଗ୍ରୀ ରହିଥିବା ବେଳେ ଝାରସୁଗୁଡା ୪୦.୮, ଭବାନୀପାଟଣା ୪୦.୬, ସୋନପୁର ୪୦.୬, ସୁନ୍ଦରଗଡ ୪୦.୫ ଓ ସମ୍ବଲପୁର ତାପମାତ୍ରା ୪୦.୧ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି କଟକ ୩୪.୨ ଓ ଭୁବନେଶ୍ୱରରେ ୩୪.୪ ଡିଗ୍ରୀ ତାପମାତ୍ରା ରହିଛି।