ଗଞ୍ଜାମ,୫।୪(ଡି.ଏନ୍.ଏ.): ଗତ କିଛି ମାସ ବ୍ୟବଧାନ ପରେ ଗଞ୍ଜାମ ସହରରେ ପୁଣି ମହାମାରୀ କରୋନା ଆତଙ୍କ ସୃଷ୍ଟି କରିଛି l ଏହି ସହରରେ ୩ଜଣ କରୋନା ଆକ୍ରାନ୍ତ ହୋଇଥିବା ଖୋଦ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ସୋମବାର ସୂଚନା ଦେଇଛନ୍ତି l କରୋନା ଦ୍ୱିତୀୟ ଷ୍ଟ୍ରେନ୍ ଆସିବା ଫଳରେ ଏହାର ମୁକାବିଲା ପାଇଁ ଜିଲାପାଳ ବିଭିନ୍ନ ସଚେତନତା ବାର୍ତ୍ତା ଦେଉଛନ୍ତି। ସ୍ଥାନୀୟ ପ୍ରଶାସନର ସଚେତନତା ଅଭାବରୁ ସହରରେ ଅଧିକାଂଶ ଲୋକେ ମାକ୍ସ ପିନ୍ଧୁ ନାହାନ୍ତି କି ସାମାଜିକ ଦୂରତା ଅବଲମ୍ବନ କରୁ ନାହାନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି l