କଟକ ଅଫିସ, ୬।୭: କଟକ ସହରରୁ ସୋମବାର ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨ କ୍ୱାରାଣ୍ଟାଇନରେ ଥିବା ବେଳେ ଅନ୍ୟ ଜଣେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ମାଣିକଘୋଷ ବଜାରରୁ ଜଣେ ୫୯ ବର୍ଷୀୟ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ସେ ହୋମ୍ କ୍ୱାରାଣ୍ଟାଇନ୍ରେ ଥିଲେ। ୬୨ ବର୍ଷୀୟ ଜଣେ ବୃଦ୍ଧ ପେଡ୍ କ୍ୱାରାଣ୍ଟାଇନ ଥିବା ବେଳେ ପଜିଟିଭ ଚିହ୍ନଟ ହୋିଛନ୍ତି। ସେ ପଶ୍ଚିମବଙ୍ଗରୁ ଫେରିଥିଲେ। ଏଥିସହ ଏକ ଘରୋଇ ନର୍ସିଂହୋମର ଜଣେ ୫୮ ବର୍ଷୀୟ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ଏ ନେି କଟକ ମହାନଗର ନିଗମ (ସିଏମ୍ସି) ପକ୍ଷରୁ ସୂଚନା ମିଳିଛି।
ବର୍ତ୍ତମାନ ପର୍ଯ୍ୟନ୍ତ ସିଏମ୍ସି ଅଞ୍ଚଳରୁ ୧୯୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୨ ଜଣ ସୁସ୍ଥ ହୋଇଛନ୍ତି। ୧୬୯ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି।
Posted inଆମ ଜିଲା ଖବର, କଟକ, କରୋନା ଭାଇରସ୍, ରାଜ୍ୟ