ଚାଇନା ବିରୋଧରେ ଭାରତକୁ ସମର୍ଥନ କଲେ ୩ ଦେଶ

ବେଜିଂ,୧।୯: ଚାଇନା ନୂତନ ମାନଚିତ୍ରକୁ ଭାରତ ପ୍ରତ୍ୟାଖ୍ୟାନ କରି ତାଗିଦ କରିସାରିଛି। ଏଥି ସହିତ ଫିଲିପାଇନ୍ସ, ମାଲେସିଆ, ଭିଏତନାମ ଏବଂ ତାଇୱାନ ସରକାର ମଧ୍ୟ ଚାଇନାର ନୂତନ ମାନଚିତ୍ରକୁ ବିରୋଧ କରିଛନ୍ତି। ଭାରତ ପରେ ଚାଇନା ନୂତନ ମାନଚିତ୍ରକୁ ଗ୍ରହଣ ପାଇଁ ଏହି ଦେଶଗୁଡ଼ିକ ମଧ୍ୟ ସମ୍ପୂର୍ଣ୍ଣ ଭାବେ ମନା କରି ଦେଇଛନ୍ତି। ଏହା ସହିତ ଡ୍ରାଗନକୁ ଅନ୍ତର୍ଜାତୀୟ ନିୟମ ମାନିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।
ମାନଚିତ୍ରରେ ଅରୁଣାଚଳ ପ୍ରଦେଶ ଏବଂ ଅକ୍ସାଇ ଚୀନ ନିଜ ଅଞ୍ଚଳର ଦାବି କରିଛି ଦାବି କରିଛି ଚାଇନା। ଏହାକୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟ ଚାଇନାର ଦାବିକୁ ଅସ୍ବୀକାର କରିଛି। ଚାଇନାର ପଦକ୍ଷେପ ଉପରେ ପ୍ରତିକ୍ରିୟା ପ୍ରକାଶ କରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ, କେବଳ ଅବୈଧ ଦାବି କରି ଅନ୍ୟ ଲୋକଙ୍କ ଅଞ୍ଚଳ ତୁମର ହୋଇପାରିବ ନାହିଁ।
ଚାଇନାର ମାନଚିତ୍ରରେ ବର୍ଣ୍ଣିତ ଦକ୍ଷିଣ ଚାଇନା ସାଗର ଉପରେ ହୋଇଥିବା ଦାବି ଉପରେ ମାଲେସିଆ ସରକାର ଚାଇନାକୁ ଏକ ବିରୋଧ ପତ୍ର ପଠାଇବେ ବୋଲି କହିଛନ୍ତି। ମାନଚିତ୍ର ସଂସ୍କରଣ ୨୦୨୩ ମାଲେସିଆର ସାମୁଦ୍ରିକ କ୍ଷେତ୍ରଗୁଡିକ ମଧ୍ୟ ଚିତ୍ରିତ ହୋଇଛି। ସେହିପରି ଫିଲିପାଇନ୍ସ ସରକାର ଚାଇନାର ତଥାକଥିତ ନୂତନ ମାନଚିତ୍ରର ୨୦୨୩ ସଂସ୍କରଣକୁ ସମାଲୋଚନା କରିଛନ୍ତି। ଭିଏତନାମ ସରକାର ମଧ୍ୟ ଚାଇନାକୁ ନୂତନ ମାନଚିତ୍ରକୁ ନେଇ ପ୍ରତ୍ୟାଖାତ କରିଛନ୍ତି।

Share