Posted inଫୁରସତ

୫ହଜାର ଟଙ୍କାରେ ୩ ଦେଶ ଭ୍ରମଣ

ଲଣ୍ଡନ: ବୁଲିବାକୁ ପସନ୍ଦ କରୁଥିବା ଲୋକଙ୍କ ପାଖରେ ଯଦି ଟଙ୍କାର କିଛି ଅଭାବ ଥାଏ, ତେବେ ସେମାନେ ଏହା ଯୋଗାଡ଼ କରିନିଅନ୍ତି। କିନ୍ତୁ ନିକଟରେ ଜଣେ ଯୁବତୀ ଏମିତି କିଛି ଯୋଗାଡ଼ କରିଛନ୍ତି, ତାହା ଆଶ୍ଚର୍ଯ୍ୟ କରିଛି। ପୂର୍ବ ଲଣ୍ଡନର ଜଣେ ୨୯ ବର୍ଷୀୟା କଣ୍ଟେଣ୍ଟ କ୍ରିଏଟର ସବିନା ତ୍ରୋଜାନୋଭା ମାତ୍ର ୫ହଜାର ଟଙ୍କାରେ ୩ ଦେଶ ବୁଲିଛନ୍ତି। ତାଙ୍କର ଏହି ଟ୍ରିକ୍‌କୁ ମଧ୍ୟ ଲୋକଙ୍କ ସହ ଶେୟାର କରିଛନ୍ତି। ସେ ମେ’ ୯ରେ ୧୨.୯୯ ବ୍ରିଟିଶ ପାଉଣ୍ଡ ଅର୍ଥାତ୍‌ ୧୩୦୦ ଟଙ୍କାରେ ଲଣ୍ଡନରୁ ଡବଲିନ୍‌ ପାଇଁ ଫ୍ଲାଇଟ୍‌ ଧରିଲେ। ସେଠାରେ ୨ ଦିନ ବୁଲିବା ପରେ ସେ ସେଠାରୁ ୧୭.୩୮ ବ୍ରିଟିଶ ପାଉଣ୍ଡ ଅର୍ଥାତ୍‌ ୧୭୦୦ ଟଙ୍କା ଫ୍ରାନ୍ସର ମାର୍ସେଇଲି ପାଇଁ ଫ୍ଲାଇଟ୍‌ ଧରିଲେ। ସେଠାରେ କିଛିଦିନ ବୁଲିବା ପରେ ସେ ୧୬ ବ୍ରିଟିଶ ପାଉଣ୍ଡ ଅର୍ଥାତ୍‌ ୧୬୦୦ ଟଙ୍କାରେ ସ୍ପେନ୍‌ର ପାଲ୍‌ମା ପାଇଁ ଫ୍ଲାଇଟ ଧରିଥିଲେ। ସବିନା କହିଛନ୍ତି, ସେ ତାଙ୍କର ଯାତ୍ରା ପାଇଁ ଆଉ କମ୍‌ ଟଙ୍କା ଖର୍ଚ୍ଚ କରିପାରିଥାନ୍ତେ। ତେବେ ତାଙ୍କର ସମୁଦାୟ ୬୧୩ ବ୍ରିଟିଶ ପାଉଣ୍ଡ ଅର୍ଥାତ୍‌ ୬୩ ହଜାର ଖର୍ଚ୍ଚ ହୋଇଥିଲା। ସେ ଏକ ନୂଆ ଦେଶକୁ ଯିବାକୁ ସବୁଠୁ କମ୍‌ ଦାମ୍‌ବାଲା ଫ୍ଲାଇଟ ଧରିଥିଲେ। ସେ ସମସ୍ତ ଜାଗାକୁ ଏକା ଯିବାକୁ ଚାହୁଁଥିଲେ। ସେ ଗୋଟିଏ ରାତି ପୂର୍ବରୁ ତାଙ୍କର ନୂଆ ଜାଗା ସ୍ଥିର କରୁଥିଲେ। ସେ ଦେଶରେ ସମସ୍ତ ଜାଗା ପାଦରେ ଚାଲି ଚାଲି ବୁଲିଥିଲେ। ତାଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା, ସେହି ଦେଶରେ ଭଲ ସମୟ କାଟିବା ସହ ନିଜକୁ କିଛି ଟାକ୍ସ ଦେଇଥିଲେ। ସେସବୁ ହେଲା ସେଠାକାର ପାରମ୍ପରିକ ଖାଦ୍ୟ ଓ ମିଠା ଖାଇବା, ସେଠାର ଐତିହାସିକ ସହ ଜଡ଼ିତ ଥିବା ମହିଳାଙ୍କ ସହ କଥା ହେବା ଏବଂ ସ୍ଥାନୀୟ ଲେଖକଙ୍କ ବହି ଖୋଜିବା। ସବିନା ଏପର୍ଯ୍ୟନ୍ତ ୬୦ଟି ଦେଶ ବୁଲିଥିବାବେଳେ ଏକୁଟିଆ ବୁଲିବା ଭଲ ଉପାୟ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍‌ଫି ନେଉଛନ୍ତି କି? ସାବଧାନ! ଖାଲି ହୋଇଯିବ ଆକାଉଣ୍ଟ, ଜାଣନ୍ତୁ କେମିତି…

ସାଇବର ଠକେଇର ନୂଆନୂଆ ମାମଲା ପ୍ରତିଦିନ ସାମ୍ନାକୁ ଆସୁଛି। ଏପରିକି ଲୋକଙ୍କ ଆଜୀବନ ରୋଜଗାର ମଧ୍ୟ ଲୁଟ୍‌ ହେଉଛି। ସାଇବର ଅପରାଧୀମାନେ ନୂଆ ଫର୍ମୂଲା ପକାଇ...

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

‘ଜୀବନର ଜଳପଥ’

ନଦୀ ପ୍ରାକୃତିକ ଭାବେ ମଧୁର ଜଳକୁ ପ୍ରବାହ କରିଥାଏ। ଏହା ପାହାଡ଼, ପର୍ବତ କିମ୍ବା ହିମବାହରୁ ଉତ୍ପତ୍ତି ଲାଭକରି ସାଗର, ମହାସାଗର, ହ୍ରଦ କିମ୍ବା ଅନ୍ୟ...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ଏତେ ଲମ୍ବା ଗୋଡ଼ !

ଟେକ୍ସାସ୍‌, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ...

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌...

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

ବ୍ଲୁ ଟୁଥ୍‌ ନାମ କାହିଁକି ହେଲା

ବ୍ଲୁଟୁଥ୍‌ ଏକ ଓ୍ବେରଲେସ୍‌ ଟେକ୍ନୋଲୋଜି। ଯାହାକି ସାରା ପୃଥିବୀରେ ବେଶ୍‌ ଲୋକପ୍ରିୟ। ତେବେ ଜାଣନ୍ତିକି କମ୍‌ ରେଞ୍ଜରେ ଥିବା ଡିଭାଇସ୍‌କୁ ଯୋଡ଼ିବା ଲାଗି ବ୍ୟବହାର କରାଯାଉଥିବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri