ଗୋ ଚାଲାଣ ବେଳେ ସ୍କୋର୍ପିଓ ଭିତରୁ ୩ ଗାଈ ଉଦ୍ଧାର, ପୋଲିସ ଉପସ୍ଥିତିରେ ଗାଡ଼ିରେ ନିଆଁ ଲଗାଇଦେଲେ ଉତ୍ୟକ୍ତ ଲୋକ

ପାଟଣା,୭।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଦେଇ ଯାଇଥିବା ୨୨୦ନମ୍ବର ଜାତୀୟ ରାଜପଥର ଧାନବେଣୀ ନିକଟରୁ ଗୁରୁବାର ସକାଳୁ ଏକ ଗୋରୁ ବୋଝେଇ ସ୍କୋର୍ପିଓ ଗାଡିର ଚକ ଧାନ ବେଣୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟରେ ଆଗ ଚକ ଫାଟି ଯାଇଥିଲା। ପଛରୁ ବନ ବିଭାଗ ଗାଡି ଏହି ଗାଡିକୁ ପିଛା କରୁଥିବାବେଳେ ଗାଡିରେ ଥିବା ୩ ଗୋରୁ ବ୍ୟବସାୟୀ ଘଟଣା ସ୍ଥଳରୁ ଦୌଡ଼ି ଫେରାର ହୋଇ ଯାଇଥିଲେ। ଗୋରୁଙ୍କୁ ଅତି ଦୟନୀୟ ଅବସ୍ଥାରେ ସେମାନେ ବାନ୍ଧି ଚାଲାଣ କରୁଥିଲେ। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଗୋରୁଙ୍କୁ ଉଦ୍ଧାର କରିଛନ୍ତି। ଗୋଟିଏ ଗୋରୁ ଅବସ୍ଥା ଶଙ୍କଟାପନ୍ନ ଥିବାବେଳେ ଦୁଇଟା ଗୋରୁ ସୁସ୍ଥ ଅଛନ୍ତି। ଘଟଣାସ୍ଥଳରେ ଏହାପରେ ଉତ୍ତେଜନା ପ୍ରକାଶ ପାଇଥିଲା। ପାଟଣା ପୋଲିସ ପକ୍ଷରୁ ଥାନାଧିକାରୀ ଦୀପ୍ତି ରଞ୍ଜନ ସାହୁ ଓ ସୁନିତା କୁସୁମାଳିଆ ଉପସ୍ଥିତ ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିବା ଭିତରେ ଉତ୍ୟକ୍ତ ଲୋକେ ସ୍କୋର୍ପିଓରେ ନିଆଁ ଲଗାଇଦେଇଥିଲେ। ଥାନାଧିକାରୀ ନିଜେ ଓ ସହକର୍ମୀଙ୍କ ସହ ବାଲି ପକାଇ ଓ ପାଣି ଢାଳି ନିଆଁ ଆୟତ୍ତ କରିଥିଲେ। ପରେ ଅଗ୍ନିଶମ ବାହିନୀ ଗାଡି ଆସି ଗାଡି ଉପରେ ପାଣି ଢାଳି ଥିଲା। ତେବେ ଉତ୍ୟକ୍ତ ଲୋକେ ପୋଲିସ ଉପସ୍ଥିତିରେ ସ୍କୋର୍ପିଓ ରେ ନିଆଁ ଲଗାଇ ଦେଇଥିଲେ ଗାଡିରେ ଆଂଶିକ ଭାବରେ ନିଆଁ ଲାଗିଥିଲା। ଘଟଣା ସ୍ଥଳରେ ଏବେ ମଧ୍ୟ ଚାପା ଉତ୍ତେଜନା ଲାଗିରହିଛି।