Posted inଜାତୀୟ

ପିଏମ୍‌ଏଓ୍ବାଇରେ ୩ କୋଟି ଘରକୁ ମଞ୍ଜୁରୀ

ନୂଆଦିଲ୍ଲୀ,୧୧ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳି ସରକାରର ପ୍ରଥମ କ୍ୟାବିନେଟ ବୈଠକ ସୋମବାର ଅପରାହ୍ନରେ ତାଙ୍କ ନୂଆଦିଲ୍ଲୀ ବାସଭବନରେ ଅନୁଷ୍ଠିତ ହୋଇଛି। କ୍ୟାବିନେଟର ପ୍ରଥମ ନିଷ୍ପତ୍ତି ଭାବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏଓ୍ବାଇ)ରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଗରିବଙ୍କ ପାଇଁ ୩ କୋଟି ଗୃହ ନିର୍ମାଣ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ତାଙ୍କ କାର୍ଯ୍ୟାଳୟରେ ଦାୟିତ୍ୱ ନେବା ସହ ପିଏମ୍‌ କିଷାନ ନିଧି ଯୋଜନାରେ ୯.୩କୋଟି କୃଷକଙ୍କ ପାଖକୁ ୧୭ତମ ସହାୟତା କିସ୍ତି ପଠାଇବା ଫାଇଲରେ ସ୍ବାକ୍ଷର କରିଥିଲେ। ରବିବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀଙ୍କ ନୂଆ କ୍ୟାବିନେଟ ଶପଥ ଗ୍ରହଣ କରିଥିଲା। ସହଯୋଗୀ ଏକନାଥ ଶିନ୍ଦେଙ୍କ ଶିବସେନା, ଅଜିତ ପାଓ୍ବାରଙ୍କ ଏନ୍‌ସିପି, ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି ଏବଂ ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ ପକ୍ଷରୁ ବିଭିନ୍ନ ଦାବି ଓ ଅଭିଯୋଗ ମଧ୍ୟରେ ସୋମବାର ପ୍ରଥମ କ୍ୟାବିନେଟ ବୈଠକ ବସିଥିଲା। ଶିବସେନା ଅଧିକ କ୍ୟାବିନେଟ ପାହ୍ୟା ଚାହୁଁଥିବାବେଳେ ଅଜିତ ପାଓ୍ବାରଙ୍କ ଦଳ ରାଷ୍ଟ୍ରପାହ୍ୟାକୁ ନେଇ ଅସନ୍ତୁଷ୍ଟ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଗ୍ରାମ ହସ୍ପିଟାଲରେ ଭେଣ୍ଟିଲେଟରରେ ଥିବା ଏୟାର ହୋଷ୍ଟେସଙ୍କୁ ଯୌନ ନିର୍ଯାତନା

ନୂଆଦିଲ୍ଲୀ,୧୬।୪: ଗୁରୁଗ୍ରାମରରେ ଜଣେ ୪୬ ବର୍ଷୀୟ ଏୟାର ହୋଷ୍ଟେସ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଭେଣ୍ଟିଲେଟରରେ ଥିବା ସମୟରେ ଯୌନ...

ଲକ୍ଷପତି ଦିଦି ସୃଷ୍ଟି କରିବାରେ ଦେଶରେ ପ୍ରଥମ ସ୍ଥାନରେ ଓଡ଼ିଶା

ଭୁବନେଶ୍ୱର,୧୬.୪: କେନ୍ଦ୍ର ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ଲକ୍ଷପତି ଦିଦି ଯୋଜନା ଅଧୀନରେ ଓଡ଼ିଶା ଭାରତରେ ଶୀର୍ଷ ସ୍ଥାନ ହାସଲ କରିଛି। ଯାହା ଗ୍ରାମୀଣ ମହିଳାମାନଙ୍କୁ ସ୍ଥାୟୀ...

ଓଡ଼ିଶାରେ ଗ୍ରୀନ୍ ଏନର୍ଜି ପାଇଁ ₹୪,୫୦୦ କୋଟି ନିବେଶ ପ୍ରସ୍ତାବ, ସୃଷ୍ଟି ହେବ ୩,୦୦୦ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୧୬.୪: ଆପୋଲୋ ଗ୍ରୀନ୍ ଏନର୍ଜି ଲିମିଟେଡ୍ ସବୁଜ ଶକ୍ତି ଭିତ୍ତିଭୂମି ବିକାଶ ପାଇଁ ଓଡ଼ିଶାରେ ₹୪,୫୦୦ କୋଟି ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛି। ଓଡ଼ିଶାର...

କେମିତି ମିଳିବ ନୂଆ LPG କନେକ୍ସନ, ଖର୍ଚ୍ଚରୁ ନେଇ ଆବେଦନ ଯାଏ; ଜାଣନ୍ତୁ ପୁରା ପ୍ରକ୍ରିୟା…

ନୂଆଦିଲ୍ଲୀ,୧୬।୪: ଭାରତରେ ରୋଷେଇ ପାଇଁ ଅନେକ ପରିବାର ପାଇଁ ଏଲପିଜି ଗ୍ୟାସ ସଂଯୋଗ ଏବେ ଏକ ଅତ୍ୟାବଶ୍ୟକ ସେବା ପାଲଟିଛି। ଯଦି ଆପଣ ଏକ ନୂତନ...

ଥଣ୍ଡା ଭଲ କରିବା ପାଇଁ ୪ବର୍ଷର ଶିଶୁକୁ ସିଗାରେଟ ପିଆଇଲେ ଡାକ୍ତର

ନୂଆଦିଲ୍ଲୀ,୧୬।୪: ଉତ୍ତର ପ୍ରଦେଶର ଜଲାଉନ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଓ ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି। ଏକ ସାମୁଦାୟିକ ସ୍ବାସ୍ଥ୍ୟ କେନ୍ଦ୍ର (ସିଏଚସି)ରେ କାର୍ଯ୍ୟ କରୁଥିବା...

Video: ନଦୀରେ ପଶି ରିଲ୍ ଶୁଟିଂ କରୁଥିଲେ ମହିଳା, ପ୍ରବଳ ସ୍ରୋତରେ ଭାସିଗଲେ

ନୂଆଦିଲ୍ଲୀ,୧୬ା୪: ଉତ୍ତରାଖଣ୍ଡରେ ଏକ ରିଲ୍ ସୁଟିଂ କରୁଥିବା ସମୟରେ ଜଣେ ମହିଳା ନଦୀରେ ବୁଡ଼ି ଭାସି ଯାଇଛନ୍ତି। ଯାହା ନେପାଳର ଏକ ପରିବାର ପାଇଁ ଏକ...

ଖଣିଜ ସମ୍ପଦରେ ଭରା ଓଡ଼ିଶାର ଶ୍ରେଷ୍ଠ ୬ ଜିଲା, ରାଜ୍ୟ ଅର୍ଥନୀତିର ମୂଳ ଶକ୍ତି

ଓଡ଼ିଶା ଭାରତର ଖଣିଜ ସମ୍ପଦରେ ଅଗ୍ରଣୀ ରାଜ୍ୟମାନଙ୍କ ମଧ୍ୟରେ ଅନ୍ୟତମ, ଯାହା ଲୌହ ଖଣିଜ, କୋଇଲା, ବକ୍ସାଇଟ୍, ମାଙ୍ଗାନିଜ୍, କ୍ରୋମାଇଟ, ଚୂନ ପଥର ଏବଂ ଅନ୍ୟାନ୍ୟ...

ଆଠମଲ୍ଲିକ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ୨୧ ପ୍ଲଟ୍‌, ବିପୁଳ ସମ୍ପତ୍ତି ଠାବ

ଭୁବନେଶ୍ୱର,୧୬।୪: ଅନୁଗୁଳ ଜିଲାର ଆଠମଲ୍ଲିକ ବ୍ଲକର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରାମ ଚନ୍ଦ୍ର ଶତପଥୀଙ୍କ ଘର ତଲାସୀ ସମୟରେ ୨୧ ଟି ମୂଲ୍ୟବାନ ପ୍ଲଟ୍, ୩୨୬...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image