Categories: ଜାତୀୟ

ନରେନ୍ଦ୍ର ଗିରିଙ୍କ କୋଠରୀରୁ ମିଳିଲା ୩ କୋଟି ଟଙ୍କା, ୫୦ କିଲୋ ସୁନା

ପ୍ରୟାଗରାଜ,୧୭।୯: ଅଖିଳ ଭାରତୀୟ ଆଖଡ଼ା ପରିଷଦର ରାଷ୍ଟ୍ରୀୟ ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ବନ୍ଦ ଥିବା ପ୍ରକୋଷ୍ଠରୁ ନଗଦ ୩ କୋଟି ଟଙ୍କା, ୫୦ କିଲୋଗ୍ରାମ ସୁନା, ଜମିଜମା କାଗଜପତ୍ର ମିଳିଛି। ଗତବର୍ଷ ସେପ୍ଟେମ୍ବର ୨୦ରେ ମହନ୍ତଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ତାଙ୍କ ଆତ୍ମହତ୍ୟା ପାଇଁ ଶିଷ୍ୟ ଆନନ୍ଦ ଗିରି, ମନ୍ଦିର ପୂଜକ ଆଦ୍ୟ ପ୍ରସାଦ ତିଓ୍ବାରୀ ଏବଂ ତାଙ୍କ ପୁଅଙ୍କୁ ଦାୟୀ କରାଯାଇଥିଲା। ସିବିଆଇ ଉକ୍ତ ମାମଲାର ତଦନ୍ତ କରୁଥିବାବେଳେ ମନ୍ଦିର ପ୍ରକୋଷ୍ଠକୁ ବର୍ଷେ ହେଲା ବନ୍ଦ ରଖାଯାଇଥିଲା। ଆଲ୍ଲାହାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଅଧିକାରୀଙ୍କ ସମେତ ଜିଲା ପ୍ରଶାସନିକ ଅଧିକାରୀ ଓ ପୋଲିସ ପହଞ୍ଚତ୍ ମନ୍ଦିର ଖୋଲିଥିଲେ। ମହନ୍ତଙ୍କର କୋଟି କୋଟି ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଥିବା ବିଶ୍ୱାସ କରାଯାଉଛି।

Share