Categories: ଜାତୀୟ

ହରିୟାଣାରେ ଥ୍ରୀ-ଡି ବନାମ ଥ୍ରୀ-ପି ଲଢ଼େଇ…

ଚଣ୍ଡିଗଡ଼,୨୧।୬ : ସମ୍ପ୍ରତି ହରିୟାଣାରେ ଥ୍ରୀ-ଡି ବନାମ ଥ୍ରୀ-ପି ଲଢ଼େଇ ଚାଲିଛି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ତଥା ଭାଜପାର ଚାଣକ୍ୟ ଅମିତ ଶାହା ସିରସା ଗସ୍ତ ସମୟରେ ଦେଇଥିବା ଭାଷଣ ଦ୍ୱାରା ଏହି ବାକ୍‌ ଯୁଦ୍ଧ ଆରମ୍ଭ ହୋଇଛି।

ଅମିତ ଶାହା କହିଛନ୍ତି ଦଶ ବର୍ଷ ପୂର୍ବେ ହରିୟାଣାରେ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂ ହୁଡା ଏକ ଥ୍ରୀ-ଡି ସରକାର ଚଳାଇଥିଲେ। ଅର୍ଥ ଦରବାରୀ, ଦାମାଦ(ଜ୍ୱାଇଁରବର୍ଟ ଭଦ୍ରା) ଏବଂ ଡିଲର। ଅମିତ ଶାହା ହରିୟାଣାରେ ୨୦୨୪ ଲୋକସଭା ନିର୍ବାଚନ ଶଙ୍ଖନାଦ କରିବାକୁ ଆସିଥିଲେ। ତାଙ୍କ ଆଗମନ ପୂର୍ବରୁ ୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ମଧ୍ୟ ଲୋକଙ୍କ ମଧ୍ୟକୁ ପ୍ରଚାର ପାଇଁ ଯାଇଥିଲେ। ଗୃହମନ୍ତ୍ରୀ ଅନିଲ ବିଜ ମଧ୍ୟ ତାଙ୍କର ସକ୍ରିୟତା ବୃଦ୍ଧି କରିଥିଲେ। ଏହା ସତ୍ତ୍ୱେ ଏହା ସାମ୍ନାକୁ ଆସୁଛି ଯଦି ଭାଜପାର ଚାଣକ୍ୟ ଥ୍ରୀ-ଡି ଆଣିଛନ୍ତି, ତେବେ କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂ ହୁଡା ଥ୍ରୀ-ପି ସୂତ୍ର ସହିତ ଜନସାଧାରଣଙ୍କ ନିକଟକୁ ଯାଉଛନ୍ତି। ଏଗୁଡ଼ିକ ହେଉଛି ପେନସନ, ପରିବାର, ପରିଚୟ ପ୍ରତ୍ର ଏବଂ ପୋର୍ଟାଲ ।

ଭୁପେନ୍ଦ୍ର ହୁଡା କହିଛନ୍ତି ଭାଜପା ସରକାରଙ୍କ ସମୟରେ ପ୍ରତ୍ୟେକ ବ୍ୟକ୍ତି ଏହି ଥ୍ରୀ-ପି ଅସୁବିଧାରେ ପଡ଼ିଛନ୍ତି। ସେ ପରିଚୟ ପତ୍ରକୁ ହଇରାଣ ପତ୍ର(ପରିଶାନ ପତ୍ର) ବୋଲି କହିଛନ୍ତି। ସେହିପରି ପୋର୍ଟାଲଗୁଡିକ ସଂଖ୍ୟା ଏତେ ମାତ୍ରାରେ ବୃଦ୍ଧି ହୋଇଛି ଯାହାଦ୍ୱାରା ଡିଜିଟାଲ କର୍ମଚାରୀମାନେ ସମସ୍ୟାରେ ପଡ଼ିଛନ୍ତି। କୃଷି ପୋର୍ଟାଲ ନେଇ କୃଷକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ପରିବର୍ତ୍ତନ ଯାତ୍ରାରେ ଥିବା ଇଣ୍ଡିଆନ ନ୍ୟାଶନାଲ ଲୋକ ଦଳ(ଆଇଏନଏଲଡି) ବିଧାୟକ ତଥା ସାଧାରଣ ସଚିବ ଅଭୟ ଚୈତନ୍ୟ ମଧ୍ୟ ଏହି ଥ୍ରୀ-ପି କୁ ଟାର୍ଗେଟ କରୁଛନ୍ତି। ସେ କହିଛନ୍ତି ଏହି ପୋର୍ଟାଲଗୁଡିକ ପୂରଣ କରିବାରେ ପରିବାରର ଜଣେ ସଦସ୍ୟ ସବୁକାମ ଛାଡି ନିୟୋଜିତ ଅଛନ୍ତି। ଏହିପରି ଭାବରେ ଜନସାଧାରଣଙ୍କୁ ଥ୍ରୀ-ଡି ରୁ ମୁକ୍ତି ପାଇବାକୁ ଭୋଟ ଦେବେ କି ଥ୍ରୀ-ପି ରୁ ମୁକ୍ତି ପାଇବା ପାଇଁ ବଟନ ଦବାଇବାକୁ ନିଷ୍ପତ୍ତି ନେବାକୁ ପଡିବ ସେ ନେଇ ରାଜନୈତିକ ସମୀକ୍ଷକଙ୍‌ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି।

ମୁଖ୍ୟମନ୍ତ୍ରୀ ମନୋହର ଲାଲ ଏହି ଥ୍ରୀ-ପି କୁ ତାଙ୍କ ସରକାରଙ୍କ ଶକ୍ତି ଭାବରେ ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଏହା ହରିୟାଣା ଲୋକଙ୍କ ଜୀବନରେ ଏକ ଅବିଶ୍ୱସନୀୟ ପରିବର୍ତ୍ତନ ଆଣିବ ତଥା ହରିୟାଣାର ଭବିଷ୍ୟତ ପଢ଼ି଼ି ମଧ୍ୟ ଏହା ଦ୍ୱାରା ବହୁ ଉପକୃତ ହେବେ।

Share