୩ ଦାଦନ ଶ୍ରମିକଙ୍କ ସହ ୪ ଶିଶୁ ଶ୍ରମିକ ଉଦ୍ଧାର: ଜେଲ ଗଲେ ଦାଦନ ସର୍ଦ୍ଦାର

ବେଲପଡ଼ା,୨୭।୧୦(ମନୋଜ କୁମାର ମିଶ୍ର): ବଲାଙ୍ଗୀର ଜିଲା ବେଲପଡ଼ା ପୋଲିସ ୩ ଦାଦନ ଶ୍ରମିକ ଏବଂ ୪ ଶିଶୁ ଶ୍ରମିକଙ୍କୁ ଶୁକ୍ରବାର ଉଦ୍ଧାର କରିଛି। ଘଟଣାରେ ସମ୍ପୃକ୍ତ ଦାଦନ ସର୍ଦ୍ଦାରଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସର୍ଦ୍ଦାର ଜଣକ ହେଲେ ବେଲପଡ଼ା ଥାନା କଦଲୀ ଗାଁର ଜପି କୁମ୍ଭାର। ପୋଲିସ କୌଣସି ସୂତ୍ରରୁ ଖବର ପାଇଁ ବେଲପଡାସ୍ଥିତ ରାମ ମନ୍ଦିର ଛକ ନିକଟରେ ଚଢାଉ କରିଥିଲା। ଚଢାଉ ବେଳେ ଏକ ବୋଲେରୋ ଗାଡିରୁ ୩ ଦାଦନ ଶ୍ରମିକଙ୍କ ସହ ୪ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଥିଲା । ସର୍ଦ୍ଦାର ଜଣକ ବେଆଇନ ଭାବେ ହାଇଦ୍ରାବାଦର ରଙ୍ଗାରେଡି ଅଞ୍ଚଳକୁ ଶ୍ରମିକ ଚାଲାଣ କରୁଥିବା ଜଣାପଡିଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।

Share